-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଭର୍ଚ୍ଚୁଆଲ ମୋଡରେ ବିଭାଗୀୟ ଷ୍ଟେଣ୍ଡିଂ କମିଟି ର ବୈଠକ, ଦୁର୍ନୀତିର ଚେର ତଳୁ ଉପରଯାଏଁ ଲମ୍ବିଛି - ନରସିଂହ

11-Jun-2021



ବଲାଙ୍ଗିର, (ପ୍ରେରଣା ଖବର): ଆଜି ବିଭାଗୀୟ ଗୃହ କମିଟି ୬ ର ଦ୍ୱିତୀୟ ବୈଠକ ଭର୍ଚ୍ଚୁଆଲ ମୋଡରେ କମିଟିର ଅଧ୍ୟକ୍ଷ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ୧୨ଜଣ ସଭ୍ୟ ବିଶିଷ୍ଟ ଏହ କମିଟିର ଆଜିର ବୈଠକରେ ଅଧ୍ୟକ୍ଷଙ୍କ ସମେତ ୬ ଜଣ ସଭ୍ୟ ଉପସ୍ଥିତ ଥିଲେ । ସମବାୟ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଉପରେ ଆଜିର ଏହି ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଏଜେଣ୍ଡା ମୁତାବକ ଆଜି ପ୍ରଥମେ ରବି ଫଳସ ପାଇଁ ଧାନ କିଣା ଉପରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଉପସ୍ଥିତ ଥିବା ଗୃହ କମିଟିର ସଭ୍ୟ, ବିଭାଗୀୟ ସଚିବ ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ବୈଠକକୁ ନିମନ୍ତ୍ରଣ କରିବା ସହ ଜଣ ଜଣ କରି ଆଲୋଚନା କରିବାକୁ ଅନୁରୋଧ କରିଥିଲେ । ବୈଠକ ଆରମ୍ଭରେ ଗୃହ କମିଟି ୬କୁ ଆହୁରି ଦୃଢ କରିବା ପାଇଁ ଯେପରି ସାରା ଓଡିଶାରେ ଠିକ୍ ହିସାବରେ ତାର କାର୍ଯ୍ୟ କରିପାରିବ କମିଟିକୁ ୪ଟି ଭାଗରେ ୪ଟି ସବ୍ କମିଟି ତିଆରି କରାଯାଇଥିଲା । ସବ୍ କମିଟି ୧ରେ ନିଜ ଅଧ୍ୟକ୍ଷ ଚେୟାରମେନ ଥିବା ବେଳେ, ସବ୍ କମିଟି ୨ ଟିରେ ବିଧାୟକ ବଦ୍ରିନାରାୟଣ ପାତ୍ର, ସବ୍ କମିଟି ୩ରେ ବିଧାୟକ ଅରବିନ୍ଦ ଢାଲି ଓ ସବ୍ କମିଟି ୪ରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷ ଭାବରେ ମନୋନୀତ କରାଯାଇଥିଲା । ଉପସ୍ଥିତ ସଭ୍ୟମାନେ ଧାନର ଅଭାବି ବିକ୍ରି ଉପରେ ସବିଶେଷ ଆଲୋଚନା କରିଥିଲେ । ସାରା ରାଜ୍ୟରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଧାନ କିଣିବା ପାଇଁ ସରକାର ଯେତେ ଟାର୍ଗେଟ ତଥା ତାର ପାଇଁ ଟୋକନ ଇସ୍ୟୁ କରିବା କଥା ସେଥିରୁ ବହୁତ କମ ଟାର୍ଗେଟ ଆସୁଛି ବୋଲି ବିଧାୟକମାନେ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉତ୍ତରରେ ଖାଦ୍ୟ ଯୋଗାଣ ବିଭାଗ ସଚିବ କହିଥିଲେ ଯେ ଟାର୍ଗେଟ କିମ୍ବା ଟୋକନ ଯୋଗାଇବାରେ କୌଣସି ସମସ୍ୟା ନାହିଁ । ଯଦି କୌଣସି ଜାଗାରେ ଚାଷୀଙ୍କ ଧାନ ଟେର୍ଗେଟ କିମ୍ବା ଟୋକନ ଇସ୍ୟୁ ହୋଇ ନ ପାରିବାରୁ ମଣ୍ଡିରେ ପଡିରହୁଛି ତେବେ ତତ୍‌କ୍ଷଣାତ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଲେ ଚାଷୀଙ୍କ ସେ ସମସ୍ତ ଧାନ କିଣିବାର ବ୍ୟବସ୍ଥା କରାଯିବ । ଆହୁରି ମଧ୍ୟ ରବି ଧାନ କିଣା ସମୟରେ ୫ ଏକରରୁ ଅଧିକ ଜମି ଥିବା ଚାଷୀଙ୍କ ଠୁ ଚାଷୀଙ୍କ ଧାନ କିଣିବା ପାଇଁ ବିଭାଗ ତରଫରୁ ପଞ୍ଜିକରଣ କରାଯାଉ ନାହିଁ । ଉଦାହରଣ ଦେଇ ସେଭଳିଆ ଅନେକ ଚାଷୀ ବଲାଙ୍ଗିରରେ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କରିଛନ୍ତି । ଏପରି ଚାଷୀ ସାରା ରାଜ୍ୟରେ ଅଛନ୍ତି । ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ୫ ଏକରରୁ ଅଧିକ ଜମି ଥିବା ଚାଷୀମାନେ ତାଙ୍କ ଧାନ ବିକିବେ କେଉଁଠି । ଏହି ସମସ୍ୟାକୁ ନେଇ ବିଭାଗୀୟ ସଚିବ ତଥା ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତ୍ୟେକେ ବିପରୀତମୁଖୀ ଉତ୍ତର ଦେଉଥିବା ଦେଖାଯାଉଥିଲା । ଏ ବର୍ଷ ରବିଧାନ କିଣିବା ପାଇଁ ଧାନକିଣା ସମୟ ୧୨ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଉପସ୍ଥିତ ଥିବା ଗୃହ କମିଟି ସଭ୍ୟମାନେ ଆହୁରି କିଛି ଦିନ ବଢେଇବା ପାଇଁ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ବିଭିନ୍ନ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ତେଣୁ ଚାଷୀମାନେ ମଣ୍ଡିକୁ ଧାନ ଆଣିବାରେ ଅସୁବିଧା ହୋଇପାରେ ବୋଲି ଆଖି ଆଗରେ ରଖି ବିଭାଗୀୟ ସଚିବ ପୂର୍ବରୁ ସେହି ଆଧାରରେ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି ବୋଲି ନିଜ ଉତ୍ତରରେ କହିଥିଲେ । ଜିଲ୍ଲାସ୍ତରୀୟ କିମ୍ବା ରାଜ୍ୟସ୍ତରୀୟ ଖାଉଟି ସୁରକ୍ଷା କମିଟି ଆଜି ପର୍ଯ୍ୟନ୍ତ ତିଆରି ହୋଇନଥିବାରୁ ଅଧ୍ୟକ୍ଷ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ବିଭିନ୍ନ ସମବାୟ ସମିତି ଯେପରି କି ଜରାସିଂହାରେ ଥିବା ସମବାୟ ସମିତି ଏବଂ ବ୍ୟାଙ୍କରେ ଅନେକ ଦୁର୍ନୀତି ପର୍ଦ୍ଦାଫାସ ହୋଇଥିବା ସତ୍ତ୍ୱେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନଥିବାରୁ ଏ ସମସ୍ତ  ଦୁର୍ନିତିରେ ବିଭାଗରେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଲିପ୍ତ ଅଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର କ୍ଷୋଭର ସହିତ କହିଛନ୍ତି । ଆହୁରି ମଧ୍ୟ ଗତ ଧାନକିଣା ସେସନରେ ଜିଲ୍ଲାରେ ଅନେକ ନକଲି ଚାଷୀ ରେଜିଷ୍ଟେସନ କରି ଧାନ କିଣିଥିଲେ । ଏହାର ତଦନ୍ତ ପରେ ନକଲି ଚାଷୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏବଂ ଯେଉଁ ଅଧିକାରୀମାନେ ଏହି ନକଲି ଚାଷୀଙ୍କୁ ଧାନ କିଣିବା ପାଇଁ ପଞ୍ଜିକୃତ କରିଥିଲେ ସେମାନଙ୍କ ବିରୁଦ୍ଧରେ କାହିଁକି ପୈାଜଦାରୀ ମକର୍ଦ୍ଦମା କରାଯାଇନାହିଁ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଏ ସବୁ ପ୍ରଶ୍ନର ଉତ୍ତର ଆସନ୍ତା ଗୃହ କମିଟି ବୈଠକରେ ଗୃହକୁ ଦିଆଯିବାର ନିଷ୍ପତ୍ତି ହୋଇଥିଲା । ଶେଷରେ ଶ୍ରୀ ମିଶ୍ର ଉପସ୍ଥିତ ସମସ୍ତ ବିଧାୟକଙ୍କୁ  ଓ ଅଧିକାରୀ ଧନ୍ୟବାଦ ଦେଇ ସଭା ଶେଷ ଘୋଷଣା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like