-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
11-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ): ଦିନକୁ ଦିନ ଅହେତୁକ ଭାବରେ ପେଟ୍ରୋଲ,ଡିଜେଲ ଓ ଇନ୍ଧନ ଗ୍ୟାସ ର ଦରବୃଦ୍ଧି ବଡ଼ିବାରେ ଲାଗିଛି l ଯାହା ଫଳରେ ସାଧାରଣ ଲୋକେ ଏଥି ଯୋଗୁଁ ପ୍ରଭାବିତ ହେଉଛନ୍ତି l ଦରବୃଦ୍ଧି ରୋକିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛି l ଏହାର ପ୍ରତିବାଦରେ ଆଜି ବିନିକା ବ୍ଲକ ଓ ନଗର କଂଗ୍ରେସ ତରଫରୁ ବିନିକା ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ଫିଳିଙ୍ଗ ପଏଣ୍ଟ, ନୂଆ ବଜାର ଏବଂ ପାପକ୍ଷ ୟ ଛକ ଠାରେ ଥିବା ପେଟ୍ରୋଲ ପମ୍ପ ସମ୍ଭୁଖାରେ କଂଗ୍ରେସ କର୍ମୀ ମାନେ କୋଭିଡ୍ କଟକଣା ନିୟମ ଅନୁଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ବିନିକା ବ୍ଲକ କଂଗ୍ରେସ କମିଟି ସଭାପତି ରବିନ୍ଦ୍ର କୁମାର ହୋତା ଓ ନଗର କଂଗ୍ରେସ କମିଟି
ସଭାପତି ସାରଥୀ ନlଏକ ଙ୍କ ପ୍ରତେକ୍ଷ୍ୟ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି ବିକ୍ଷୋଭ ପ୍ରଦର୍ଶନ ରେ ବରିଷ୍ଠ କଂଗ୍ରେସ ନେତା ରାଘବ ଦାସ,ସୁଧାଂଶୁ ପଣ୍ଡା,ପ୍ରଦୀପ ସେଠୀ,ଶିବ ପ୍ରସାଦ ଖମାରୀ,ବିଜୟ ଭୋଇ,ସୁମନ୍ତ ସାହୁ,ନରେନ୍ଦ୍ର ସାହୁ, ଗୋବିନ୍ଦା ଝାଙ୍କର,ଗୋପୀନାଥ ପଣ୍ଡା,ନରେନ୍ଦ୍ର ପଣ୍ଡା,ଗଦାଧର ମାହାର,ବିପିନ ମେହେର,ଦଶରଥ ସାହୁ,ବିମ୍ବାଧର ମେହେର,ନାଗେଶ୍ଵର ବାଘ ପ୍ରମୁଖ ପ୍ଲେ କାଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l