-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
08-Jun-2021
କଣ୍ଟାବାଞ୍ଜି, (ଆନନ୍ଦ କୁମାର ମୋଟେ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ବରେ ମହିଳା ସ୍ୱାସ୍ଥ୍ୟକର୍ମୀ ନମିତା ମିଶ୍ର, ଅଙ୍ଗନବାଡ଼ି
କର୍ମୀ ସଙ୍ଗୀତା ବଏ,ବାସନ୍ତୀ ସୁନାନୀ, ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଜେମାମଣି କଲେତ,ସହାୟିକା ଈନ୍ଦୁମତି ମାଝୀ, ଗୋମତି ପୁଟେଲ, ସମାଜସେବୀ ଥମିର ଛତ୍ରିଆ, ଆଶିଷ ଜୈନ ଗ୍ରାମ ପରିକ୍ରମା କରିଥିଲେ।ମାଇକ ଯୋଗେ କରୋନା ସଚେତନତା ବାର୍ତ୍ତା ଯଥା ମାସ୍କ ପରିଧାନ, ବାରମ୍ବାର ସାବୁନରେ ହାତ ଧୋଇଵା, ସାମାଜିକ ଦୂରତା ରକ୍ଷା କରିବା ଓ ବିଶେଷ କରି କରୋନା ଟୀକା ନେବା ପାଇଁ ସଚେତନ କରାଯାଇଥିଲା।ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ମିଶ୍ର ଘରକୁଘର ଯାଇ ଥର୍ମାଲ
ସ୍କ୍ରିନିଂ ଓ ଅକ୍ସିଜେନ ସ୍ତର ମାପିଥିଲେ।ଶ୍ରୀ ଦାଶ ଲୋକମାନଙ୍କୁ କରୋନା ଟିକାର ଉପକାରିତା ଉପରେ ବୁଝେଇବା ସହିତ ଟିକା ନେବାକୁ ପ୍ରବର୍ତ୍ତାଇ ଥିଲେ ।ସଚତନତା ସମୟରେ ଲୋକମାନଙ୍କୁ ଗ୍ଳୁକୋଜ,ମାସ୍କ ଓ ଓଆରଏସ ବଣ୍ଟନ କରାଯାଇଥିଲା।