-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
08-Jun-2021
ଗଞ୍ଜାମ,କୋଦଳା(ଉମା ମହାରଣା): ଗଞ୍ଜାମ ଜିଲ୍ଲା କୋଦଳା ବାଲି ଢ଼ାବା ନିକଟରେ ଆଜି ସକାଳୁ ସକାଳୁ ଗୋଟିଏ ବାଇକ ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ ନୂଆପୋଲି ଗ୍ରାମର ଅଶୋକ ନାୟକ, ଓ ଜ୍ୟୋତ୍ସ୍ନା ନାୟକ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ
କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା l ଅଶୋକର ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଜ୍ୟୋତ୍ସ୍ନା ର ମୁଣ୍ଡରେ ଗଭୀର ଆଘାତ ଲାଗିଛି, ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l ପ୍ରକାଶ ଥାଉକି ଅଶୋକ ନିଜ ଗ୍ରାମରୁ ବାରସର ଅଭିମୁଖେ ହୋଣ୍ଡା ସାଇନ ଏସ ପି (OD25H4997)
ଗାଡିରେ ଯାଉଥିବା ସମୟରେ ଖଲିକୋଟ ଅଭିମୁଖେ ଯାଉଥିବା କାର ସହ ଦୁର୍ଘଟଣା ହୋଇଥିଲା, ଘଟଣା ସ୍ଥଳରେ କୋଦଳା ପୋଲିସ ପହଂଚି ଦୁଇଟି ଗାଡି ଜବତ କରିବା ସହ ତଦନ୍ତ ଚଳାଇଛନ୍ତି