-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
07-Jun-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗାଁରେ ଭୁଲ ଇନଞ୍ଜେକସନ ଯୋଗୁଁ ଏକ ଶିଶୁର ମୃତ୍ୟୁ ହୋଇଥିବା ଘଟଣାରେ ଅଟକ ଥିବା ଫାର୍ମାସିଷ୍ଟଙ୍କୁ ବୀରମହାରାଜପୁର ପୁଲିସ ଗିରଫ କରି କୋର୍ଟଚାଲାନ କରିଛି । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପ୍ରକାଶ ଯେ ଇଶ୍ୱର ଜଗଦଲାଙ୍କ ପୁଅ ଚନ୍ଦନ(୫)ର ଦେହ ଅସୁସ୍ଥ ହେବାରୁ ଫାର୍ମାସିଷ୍ଟଙ୍କୁ ଗୁପ୍ତେଶ୍ୱର ମେହେରଙ୍କୁ ଦେଖାଇଥିଲେ । ଫାର୍ମାସିଷ୍ଟ ଶିଶୁଙ୍କୁ ଏକ ଇନଞ୍ଜେକସନ ଦେବାପରେ ଶିଶୁର ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକେ ବୀରମହାରାଜପୁର ଥାନାରେ ଅଭିଯୋଗ ପରେ ପୁଲିସ ଫାର୍ମାଶିଷ୍ଟଙ୍କୁ କୋର୍ଟଚାଲାନ କରିଥିବା ଆଇଆଇସି ଅଞ୍ଜଲି କୁମ୍ଭାର ପ୍ରକାଶ କରିଛନ୍ତି ।