-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
07-Jun-2021
ଟଲି ନାହାନ୍ତି ସେ ଅଟଲ ପୁରୁଷ
ଟଲି ନାହାନ୍ତି ସେ ଅଟଲ ପୁରୁଷ
ପଂଚଭୂତ ନେଲା ତାହାର ଛାୟା
ମନ ବା ବୁଦ୍ଧିରେ ବିଚାର- ଅଚାରେ
ଯାକୁ ଛୁଇଁ ନାହିଁ ସଂସାର ମାୟା ।ା
ଜିହ୍ୱାରେ ତାଙ୍କର ବୀଣାପାଣୀ ଥିଲେ
କଲମରେ ଥିଲେ ବିଘ୍ନ ନାୟକ
ଗୀତିନାଟ୍ୟ ପୁଣି ପ୍ରିୟ ଅଭିନୟ
ଅତି ଆପଣାର େଓøପନ୍ୟାସିକ ।ା
ତିରସ୍କାର ବେଳେ ଉଣା ନାହିଁ ମନ
ପୁରସ୍କାରେ ଛାତି ଫୁଲିନି ଯାର
ଯେଉଁଠି ଥିଲେବି ସେ“ଶଲାବୁଢା”କୁ
ହୃଦୟରୁ କରେ କୋଟି ଜୁହାର ।ା
ନବେ ବରସର ଯୁବକଥିଲେ ସେ
ରସମୟ ତାଙ୍କ ମୁହଁର ଭାଷା
ଯେତେଦିନ ଥିବେ ଚନ୍ଦ୍ରମା ସୁରୁଜ
ପ୍ରିୟ ଜନହୃଦେ କରିବେ ବସା ।ା
ଗୁଣ ବୋଲି କିଛି ତାଙ୍କର ନଥିଲା
ଗୁଣାତିତ ସେହି ନିଦା ପୁରୁଷ
ତାଙ୍କ ଦିଗଦର୍ଶନ ଲୋଡା ପଡୁଥାଉ
ôଝରି ପଡୁଥାଉ ତାଙ୍କ ଆଶିଷ ।ା
ଉଲୁଣ୍ଡା, ସୁବର୍ଣ୍ଣପୁର