-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
07-Jun-2021
ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଲୁତୁରପଙ୍କ ପଞ୍ଚାୟତର ମେଣ୍ତିଲିପାଲି ନିକଟସ୍ଥ ପୁରୁଷୋତ୍ତମପାଲିରେ ପିଲା ଚୋରି ଅଭିଯୋଗ ହୋଇଛି।ସୂଚନାରୁ ଜଣାଯାଇଛି ପୁରୁଷୋତ୍ତମପାଲିର କଇମ ଚୌଧିରୀଙ୍କ ସାନ ପୁତ୍ର ପ୍ରଭାସ ଚୌଧିରୀ ସଂଧ୍ଯାରେ ଶୌଚ ପାଇଁ ଯାଉଥିବାବେଳେ କିଛି ଦୁର୍ବୃତ୍ତ ତାକୁ ମୁହଁରେ କପଡା ବାନ୍ଧି ଦେଇ ଗାଡିରେ ନେଇଯାଇଥିଲେ।କୌଶଲ କରି ଗାଡିରୁ ଡେଇଁ ଫେରାର ହୋଇ କୌଣସି ମତେ ରାତ୍ରୀ ୮ ଟାରେ ଦଉଡି ଦଉଡି ପୁଲେଶ୍ୱର ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ସବୁକଥା ଜଣାଈବା ପରେ ଗ୍ରାମବାସୀ ତାଙ୍କ ବାପାଙ୍କୁ ଫୋନ କରି ପିଲାଟିକୁ ହସ୍ତାନ୍ତର କରିଥିଲେ।ଏପର୍ଯ୍ଯନ୍ତ ପିଲା ଚୋରିର ପ୍ରକୃତ କାରଣ ଜଣାପଡିନାହିଁ l (ଆର୍ତ୍ତତ୍ରାଣ ଖୁରଡିଆଙ୍କ ରିପୋର୍ଟ)