-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
07-Jun-2021
ଜନ କଲ୍ୟାଣ କୁଲତା ସମାଜ ଅତାବିରା ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଅତାବିରା ଓ ଲାଦେରପାଲି ବଜାର ତଥା ଅତାବିରା ସହର ରେ ଲୋକଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହା ସହିତ ସହରରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ପାଞ୍ଚ ସହ ମାକ୍ସ ଓ ଦୁଇ ଶହ ସାନିଟାଇଜର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଣାଶୁଣା ସମାଜସେବୀ ତଥା ଡଃ ଅଜିତ ବାରିକ କୁଲତା ସମାଜର ଦିବାକର ପ୍ରଧାନ ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ କାର୍ଯକ୍ରମ ରେ ଯୋଗଦାନ କରି ବଣ୍ଟନ କାଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏହା ସହିତ ସମାଜ ର ଅନେକ ସାମାଜିକ କର୍ମୀ ତଥା ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସହଯୋଗୀ ମାନେ କାଯ୍ୟକ୍ରମ ରେ ସାମିଲ୍ ହୋଇ ସଚେଚନତା ବାର୍ତା ଦେଇଥିଲେ। ଏହା ରାମଚଣ୍ଡି ମନ୍ଧିର ରୁ ଚାଲି ଚାଲି ଅତାବିରା ବସ୍ ଷ୍ଟାଣ୍ଡ ପର୍ଯନ୍ତ ଯାଇ ଲୋକ ମାନଙ୍କୁ ସଚେତନତା ସହ ବଣ୍ଟନ କାର୍ଯ୍ୟକ୍ରମ ଅନୁଷିତ ହୋଇଥିଲା। ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଉ 1000 ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଜନ କଲ୍ୟାଣ କୁଲତା ସମାଜ ର ଦିବାକର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି।