-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
06-Jun-2021
ଭୁବନେଶ୍ୱର(ଶୁଭାଷିସ ନାୟକ): କରୋନା ସଂକ୍ରମଣ ଏବେ ସାରା ରାଜ୍ୟରେ ବଢିବାରେ ଲାଗିଛି । ସଂକ୍ରମିତଙ୍କ ପାଇଁ ଅକ୍ସିଜେନର ଆବଶ୍ୟତା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ତେବେ ରାଜଧାନୀରେ ଅକ୍ସିଜେନ୍ ଯୋଗାଣ ପାଇଁ ବିଏମସି ବଡ଼ ପଦକ୍ଷେପ ନେଇଛିି । ଏଣିକି ଘରେ ରହି ଚିକିତ୍ସିତ ହେବାକୁ ଚାହୁଁଥିବା କରୋନା ରୋଗୀଙ୍କୁ ଅକ୍ସିଜେନ୍ କନସେଣ୍ଟ୍ରେଟର ଯୋଗାଇବ ବୋଲି ବିଏମସି କହିଛି ।
ସୋମବାର ଠାରୁ ଏହି ସେବା ଆରମ୍ଭ ହେବ ବୋଲି ବିଏମସି କମିଶନର ସଞ୍ଜୟ ସିଂ କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ବିଏମସିକୁ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇ ଦେଇଛନ୍ତି । ଅକ୍ସିଜେନ୍ କନସେଣ୍ଟ୍ରେଟର ନେଇ ଲୋକଙ୍କୁ ବୁଝାଇବା ପାଇଁ କଲ ସେଣ୍ଟରର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
ବିଏମସି ପକ୍ଷରୁ ୧୫ ଦିନ ହେଲା ସ୍ୱତନ୍ତ୍ର ଅଭିଯାନ ଜରିଆରେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକାକରଣ ଚାଲିଥିବା ବେଳେ ସୋମବାର ଠାରୁ ୧୮ରୁ ୪୪ବର୍ଷ ବର୍ଗଙ୍କ ଟିକାକରଣ ତ୍ୱରାନ୍ୱିତ ହେବ ବୋଲି କୁହାଯାଇଛି । ଏବେ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ଟିକାକାରଣ କାର୍ଯ୍ୟ ଜାରି ରହିଛି । ନୟାପଲ୍ଲୀ ସ୍ଥିତ ଏକ ସରକାରୀ ସ୍କୁଲରେ ଅପରାହ୍ନ ୩ଟାରୁ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି ।