-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
06-Jun-2021
ଭୁବନେଶ୍ୱର(ସୁଭାସିସ ନାୟକ): ଗଣ ଦୁଷ୍କର୍ମ ମାମଲାରେ ପୁଲିସ ହେପାଜତରୁ ଫେରାର ହୋଇଯାଇଥିବା ଜଣେ ଅଭିଯୁକ୍ତଙ୍କୁ ୭ ବର୍ଷ ପରେ ଗିରଫ କରିବାରେ ସଫଳ ହୋଇଛି କମିସନରେଟ ପୁଲିସର । ପୁଲିସ ହେପାଜତରୁ ଫେରାର ହେବା ପରେ ଅଭିଯୁକ୍ତ ଧରିବା ପାଇ ଆରମ୍ଭ ହୋଇଥିଲା ଅପରେସନ ୱାଇଲ୍ଡ ଏସ୍କେପ । ଏହି ଅପସରେସନ ସହାୟତାରେ ଧରାପଡିଛି ୭ ବର୍ଷ ତଳର ଫେରାର ଅଭିଯୁକ୍ତ ଭାସ୍କର ସାହୁ । ଅଭିଯୁକ୍ତର ଘର ନୟାଗଡର ଓଡଗାଁ ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ୨୦୧୪ ମସିହା ଫେବୃଆାରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ପୁଲିସ ଫେବୃଆରୀ ୧୩ରେ ମୋଟ୍ ୪ ଜଣ ଅଭିଯୁକ୍ତ ଗିରଫ କରିଥିଲା । ସେତେବେଳେ ପୁଲିସ ଭାସ୍କରକୁ ଗିରଫ କରିଥିଲେ ମଧ୍ୟ କୋର୍ଟ ଚାଲାଣ ବେଳେ ସେ ଫେରାର ହୋଇଯାଇଥିଲା ।
ପୁଲିସ ପୁଣି ତଦନ୍ତ କରି ଅଭିଯୁକ୍ତକୁ ତୁରନ୍ତ ଫେବୃଆରୀ ୧୪ରେ ଗିରଫ କରିଥିଲା । ମାତ୍ର ଜେଲରେ ରହୁଥିବା ବେଳେ ମାମଲାର ବିଚାର ପାଇଁ କୋର୍ଟ ନେଉଥିବା ବେଳେ ୯ ଡିସେମ୍ବର ୨୦୧୪ ରେ ସେ ପୁଣି ଫେରାର ହୋଇଯାଇଥିଲା । ତେବେ ଏହି ମାମଲାରେ ୧୨ ଜୁନ ୨୦୧୪ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଶେଷରେ ତାଙ୍କୁ ଧରିବା ପାଇଁ ବ ଅପରେସନ ‘ୱାଇଲ୍ଡ ଏସ୍କେପ’ ଆରମ୍ଭ ହୋଇଥିଲା । ଏହି ଅପରେସନରେ ପୁଲିସ ଶେଷରେ ତାଙ୍କୁ ନୟାଗଡରୁ ଗିରଫ କରିଥିବା ସୂଚନା ମିଳିଛି ।