-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
05-Jun-2021
ଭୁବନେଶ୍ୱର,(ପ୍ରେରଣା ଖବର) :: ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କର ଆଜି ୮୧ବର୍ଷ ବୟସ ରେ ପରଲୋକ ଘଟିଛି। ଶ୍ରୀ ବର୍ମା ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରୁ ବିଜୁଜନତା ଦଳର ବିଧାୟକଥିଲେ। ଏହା ପୂର୍ବରୁ ରାଜ୍ୟବିହନ ନିଗମ ର ଅଧ୍ୟକ୍ଷଥିଲେ। ସେ ଜଣେ ବିଶିଷ୍ଟ ଶିକ୍ଷାବିତ ଓ ଶିକ୍ଷକ ନେତାଥିଲେ।ମାହାଙ୍ଗା ଜେ.ଏନ.କଲେଜ ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ସେ ଜଣେ ମିଷ୍ଟଭାଷି ଓ ପରୋପକାରୀ ବ୍ୟକ୍ତିଥିଲେ। ତାଙ୍କର ବିୟୋଗରେ ପଞ୍ଚାୟତ ରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକପ୍ରକାଶ କରିଛନ୍ତି। ସେହିପରି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା କଟକ ସଦର ନେତା ଦିଲିପ ମଲ୍ଲିକ ଗଭୀର ଶୋକପ୍ରକାଶ କରି ଶୋକ ବାର୍ତାର୍ତ୍ତା ପଠାଇଛନ୍ତି।