-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
05-Jun-2021
ବରଗଡ଼ (ପ୍ରେରଣା ଖବର) : ଆଜି ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଅସହାୟ ବ୍ରାହ୍ମଣ ପରିବାରକୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। କରୋନା ସମୟରେ ପୂଜା ବିଧି ବନ୍ଦ ଥିବା ବେଳେ ଏହି ସାହାଯ୍ୟ ବ୍ରାହ୍ମଣ ମାନଙ୍କ ପାଇଁ କିଛିକାଂଶରେ ସହାୟକ ହୋଇପାରିବ ବୋଲି କୁହାଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ 10 ଜଣ ବ୍ରାହ୍ମଣ ମାନଙ୍କୁ ଚାଉଲ 50କେଜି, ଦାଲି 10 କେଜି, ଶୋରିଷ ତେଲ 10 କେଜି, ଚିନି 10 କେଜି, ହଳଦି ଇତ୍ୟାଦି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେରେ ମୂଖ୍ୟ ଅତିଥି ଭାବେ ପଣ୍ଡିତ କିଶୋର ଦାଶଙ୍କ ଉପସ୍ଥିତିରେ ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ମୁକୁନ୍ଦ ଦାଶଙ୍କ ତତ୍ତ୍ଵାବଧାନରେ ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ମଲ୍ଲିକ, କୈଲାସ ମହାରଣା, ସହଯୋଗ କରିଥିଲେ। ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଗାମୀ ଦିନରେ ଆଉ 30 ଜଣ ବ୍ରାହ୍ମଣ ପରିବାରରେକୁ ଏହିପରି ରାସନ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଅନୁଷ୍ଠାନର ମୂଖ୍ୟ ଉପଦେଷ୍ଟା କୈଳାଶ ମହାରଣା ସୂଚନା ଦେଇଛନ୍ତି ।