-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
05-Jun-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ବାସୁ ଟ୍ରଷ୍ଟ ବ୍ରଜରାଜନଗର ସହଯୋଗରେ ଓଡ଼ିଶା ୟୁନିୟନ ଅଫ ଜୋରନାଲିଷ୍ଟ (ଓୟୁଜେ)ଶାଖା ଜରିଆରେ ଅକ୍ସିଜେନ କନସେନଟେଣ୍ଟର ଯୋଗାଇ ଦିଆଯାଇଛି । ରେଢ଼ାଖୋଲ ଉପଖଣ୍ଡରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅକ୍ସିଜେନ ଅଭାବରୁ ବହୁ ରୋଗୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିବା ବେଳେ ଅନେକଙ୍କ ଜୀବନ ମଧ୍ୟ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଗୋଟିଏ ଅକ୍ସିଜେନ କନସେନଟେଣ୍ଟର ପ୍ରଦାନ କରାଯାଇଛି । ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡ଼ଃ ରାମକୃଷ୍ଣ ପତିଙ୍କୁ ଏହା ହସ୍ତାନ୍ତର କରାଯାଇ ଥିଲା। ଏହି ପରିପ୍ରେକ୍ଷୀରେ ଡ଼ଃ ଆଦିତ୍ୟ ସୂପକାର ଓ ଫାର୍ମାସିଷ୍ଟ ରମେଶ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯକ୍ରମରେ ରେଢ଼ାଖୋଲ ଓୟୁଜେ ଶାଖାର ସଭାପତି ରମାକାନ୍ତ ମହାନନ୍ଦ , ଶଙ୍କର ପୃଷ୍ଟି , ପ୍ରସନ୍ନ କୁମାର ପ୍ରଧାନ , ରୋହିତ ଭୋଇ , ଅନିଲ ପୃଷ୍ଟି , ରମେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।