-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
29-May-2021
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମଥର ପାଇଁ ଶପଥ ଗ୍ରହଣ କରିଥିଲେ। ତେବେ ଏହି ଅବସରରେ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ବସିବ। କରୋନା ସହ ବାତ୍ୟାର ମୁକାବିଲା ନେଇ ଏଥିରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏଥିସହ ଆଗାମୀ ଦିନରେ ରାଜ୍ୟ ସରକାର ଓ ପ୍ରଶାସନର ଆଭିମୁଖ୍ୟ କ’ଣ ରହିବ, ସେ ସର୍ମ୍ପକରେ ମଧ୍ୟ ବାର୍ତ୍ତା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ।( ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)