-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
28-May-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସ୍ଥାନୀୟ ମହାତ୍ମା ଗାନ୍ଧୀ ସ୍ତୁତି ସ୍ତମ୍ଭ ଠାରେ ରେଢ଼ାଖୋଲ ସାମ୍ବାଦିକ ସଂଘ ପକ୍ଷରୁ ଲୋକାର୍ପିତ ହୋଇଛି ଅକ୍ସିଜେନ୍ ବ୍ୟାଙ୍କ ସେବା , ସମ୍ବଲପୁରର ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମ୍ବଳ ଓ ବ୍ରଜରାଜନଗର ବାସୁ ଫାଉଣ୍ଡେସନ ର ମିଳିତ ସହଯୋଗ ରେ ୫ ଟି ସିଲିଣ୍ଡର ,୨ ଟି ଅକ୍ସିଜେନ କନସେନଟେଣ୍ଟର ଯୋଗାଇ ଦିଆଯାଇଛି । ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବିଧାୟକ ତଥା ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ଉଦ୍ଘାଟନ କରିଥିଲେ। ସ୍ଥାନୀୟ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଏସଡିପିଓ ହାଡିବନ୍ଧୁ ସ୍ୱାଇଁ, ମେଡିକାଲ ଏସଡିଏମ୍ଓ ଡ. ରାମକୃଷ୍ଣ ପତି, ଏସ ବି ଆଇ ଶଖା ମହାପ୍ରବନ୍ଧକ ଗୋବିନ୍ଦ ଚନ୍ଦ୍ର ଜେନା, ଓ ସମ୍ବଳ ଅନୁଷ୍ଠାନର ବରିଷ୍ଠ ସଭ୍ୟ ରାମଦାସ ପଣ୍ଡା ,ସମ୍ଭୁ ବାବୁ, ବାସୁ ଟ୍ରଷ୍ଟର ମୁଖ୍ୟ ପ୍ରତ୍ୟୁଷ ପଣ୍ଡା, ଏନ୍ଏସି ପୂର୍ବ ଉପାଧ୍ୟକ୍ଷ ସୁନିଲ ପ୍ରଧାନ, ସାଂସଦ ପ୍ରତିନିଧି ଶିବରାମ ସାହୁ, ଯୋଗ ଦେଇଥିଲେ । କୋଭିଡ ସମୟରେ ଅକ୍ସିଜେନର ସେବା ଜନସାଧାରଣ ସୁବିଧାରେ ପାଇବେ ତାହା ସୂଚନା ଦେଇଥିଲେ ।ରେଢ଼ାଖୋଲ ଉପଖଣ୍ଡରେ କୌଣସି ବ୍ୟକ୍ତିଙ୍କୁ ଅମ୍ଳଜାନର ଅଭାବ ହେଲେ ରେଢ଼ାଖୋଲ ପାଇଁ- ୮୦୧୮୧୨୮୩୦୦,୯୪୩୭୨୮୩୨୮୩, ନାକଟିଦେଉଳ
ପାଇଁ-୯୪୩୭୦୮୮୮୨୨, ୯୪୩୭୬୭୮୭୫୭ ରେ ଯୋଗାଯୋଗ କରିବା ପାଇଁ ସାମ୍ବାଦିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହି କାର୍ଯକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ରବୀନ୍ଦ୍ର ନାଥ ପ୍ରଧାନ, ଶରତ ପ୍ରଧାନ, ଜିତେନ୍ଦ୍ର ସାହୁ, ଶଙ୍କର ପୃଷ୍ଟି, ସୁଶାନ୍ତ ନାଗ, କନ୍ଦର୍ପ ବେହେରା, ମମତା ପାତ୍ର, ଅନିଲ ପୃଷ୍ଟି, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଶେଷରେ ବାସୁ ଟ୍ରଷ୍ଟର ସଭ୍ୟ ପ୍ରଶାନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ।