-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
28-May-2021
କୋରାପୁଟ (ପ୍ରେରଣା ଖବର ବ୍ୟୁରୋ):କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ଗ୍ରାମର କିଛି ଦିନ ତଳେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ଜୟପୁର କୋଭିଡ ହସ୍ପିଟାଲରେ ଚିକିଶ୍ଚିତହେଉ ଥିବା ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ଏନେଇ ଜୟପୁର କୋଭିଡ ହସ୍ପିଟାଲ ତରଫରୁ ମୃତ ବ୍ୟକ୍ତିଙ୍କ ପରିବାରକୁ ଫୋନ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିଲା। ପରିବାର ସଦସ୍ୟ କେବଳ ଦୂରରୁ ମୃତ ଶରୀରକୁ ଦେଖିପାରିବେ କିନ୍ତୁ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକଙ୍କୁ ଶବ ଦିଆଯିବ ନାହିଁ ବୋଲି ହସ୍ପିଟାଲ ତରଫରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା।ଖବର ଶୁଣି ଗ୍ରାମବାସୀ ଗ୍ରାମରେ କରୋନାଜନିତ ମୃତ୍ୟୁ ହୋଇଥିବାରୁ ଗ୍ରାମକୁ ସାନିଟାଇଜର ସିଞ୍ଚନ କରାଯାଇଛି l ଏହି ଗ୍ରାମ ଦେଇ ଆଖ ପାଖ 100 ରୁ ଉର୍ଦ୍ଧ, ଗ୍ରାମର ଲୋକେ ଦୈନିକ ଯିବା ଆସିବା କରିଥାନ୍ତି। ଏନେଇ ସେମିଲିଗୁଡା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜର ସିଞ୍ଚନର ବ୍ୟବସ୍ଥା କରାଯାଇଛି ସେମିଳିଗୁଡା ଅଗ୍ନିଶମ ବିଭାଗର କର୍ମଚାରୀ ଦମକଳ ଗାଡି ନେଇ ଦୁଧାରୀରେ ଗ୍ରାମରେ ପହଞ୍ଚି ଗ୍ରାମକୁ ବିଶୋଧନ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ଦୁଧାରୀ ସରପଞ୍ଚ ପ୍ରର୍ଥିନିଧି ମୋହନ ଯାନୀ, ସମାଜସେବୀ ବ୍ରଜ ମୋହନ ଚୌଧୁରୀ, ପି ଇ ଓ ନାଗେ୍ସର ଖରାଙ୍କ ସମେତ ଗ୍ରାମର ଯୁବକ ସଂଘ ସହଯୋଗ କରିଥିଲେ l