-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
28-May-2021
ବେଙ୍ଗାଲୁରୁ(ପ୍ରେରଣା ଖବର ବ୍ୟୁରୋ) :: ବେଙ୍ଗାଲୁରୁ ଦୁଷ୍କର୍ମ ଓ ଅମାନୁଷିକ ଅତ୍ୟାଚାର ଘଟଣାରେ ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଖସି ଯିବାକୁ ଉଦ୍ୟମ କରୁଥିବା ୨ଜଣଙ୍କ ଗୋଡ଼ରେ ଆଜି ଗୁଳି ମାଡ଼ ହୋଇଥିବା କଥା ପୁଲିସ କହିଛି।
ଉକ୍ତ ଅପରାଧ ଦୃଶ୍ୟର ପୁନଃସଂରଚନା ନିମନ୍ତେ ଭୋର୍ ପ୍ରାୟ ୫ଟା ବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ଘଟଣସ୍ଥଳକୁ ନେଇଥିଲା। ୨ଜଣ ଅଭିଯୁକ୍ତ ସେଠାରୁ ଖସି ପଳାଇଯିବାକୁ ଉଦ୍ୟମ କରିବାରୁ ପୁଲିସ ଗୁଳି ଚଳାଇଲା ବୋଲି ପୂର୍ବ ବେଙ୍ଗାଲୁରୁର ଡିସିପି ଶ୍ରନପ୍ପା ଏସ୍ ଡି ଗଣାମାଧ୍ୟମକୁ କହିଛନ୍ତି। ଆହତ ଅଭିଯୁକ୍ତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସଦ୍ୟତମ ସୂଚନା ଅନୁସାରେ, ଜଣେ ଯୁବତୀ ଅମାନୁଷିକ ଅତ୍ୟାଚାରର ସରବ୍ୟ ହେଉଥିବା ଦୃଶ୍ୟସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଗତକାଲି ଦୁଇଜଣ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରାଯାଇଥିଲା।
ଭିଡିଓ ଭାଇରାଲ୍ ହେବା ପରେ ଆସାମ ପୁଲିସ ଅଭିଯୁକ୍ତମାନଙ୍କ ସମ୍ବନ୍ଧରେ ସୂଚନା ପାଇବା ପାଇଁ ଆର୍ଥିକ ପୁରସ୍କାର ମଧ୍ୟ ଘୋଷଣା କରିଥିଲା।