-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
28-May-2021
କଣ୍ଟାବାଞ୍ଜି, (ଆନନ୍ଦ ମୋଟେ): ଯୁବ ବିଜେଡି ରାଜ୍ୟ ସଂପାଦକ ଅଜିତ ଯୋଷୀଙ୍କ ପକ୍ଷରୁ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । କଂଟାବାଞ୍ଜିର ନୁଆପଡା ଓ କାଦୋପଡାରେ ଥିବା ଅସହାୟ ଲୋକଙ୍କ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି । ଲକ୍ଡାଉନ ସମୟରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉ ଥିବା ବେଳେ ବିଜେଡି ସୁପ୍ରିମୋ ଏବଂ ବଲାଙ୍ଗିର ବିଜେଡି ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓଙ୍କ ନିର୍ଦେଶ କ୍ରମେ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିବା ବିଜେଡି ନେତା ଅଜିତ ଯୋଷୀ ସୁଚନା ଦେଇଛନ୍ତି । ଯେତେ ଦିନ ଯାଏ ଲକଡାଉନ ଜାରି ରହିବ ସେତେ ଦିନ ଯାଏ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ବଂଟନ କରାଯିବ ବୋଲି ପ୍ରକାଶ କରିଛନ୍ତି । ଶୁଖିଲା ଖାଦ୍ୟ ବଂଟନ କରିଥିବା ସମୟରେ ବିଜେଡି ନେତା ବିନୟ ବିଭାର, ଦେବାର ବାରିକ ସହ ସ୍ୱେଚ୍ଛାସେବୀ ଗାନ୍ଧି ବଗର୍ତି ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।