-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
28-May-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ): ନିମ୍ନ ଓ ମଧ୍ୟବିତ୍ତ ଆୟକାରୀ ଦେଶମାନଙ୍କରେ ବଣ୍ଟନ ପାଇଁ ‘ସ୍ପୁଟ୍ନିକ୍ ଭି’ ‘କୋଭାକ୍ସ୍’ ଟିକା ତାଲିକାଭୁକ୍ତ ହୋଇପାରେ ବୋଲି ଗୁରୁବାର ଦିନ ‘ରଷିଆନ୍ ଡାଇରେକ୍ଟ୍ ଇନ୍ଭେଷ୍ଟମେଣ୍ଟ୍ ଫଣ୍ଡ୍’ (ଆର୍ଡିଆଇଏଫ୍) ବିବୃତି ଦେଇ କହିଛି।
ବିବୃତିରେ ଉଲ୍ଲେଖଅଛି, କୋଭିଡ୍-୧୯ ଟିକା ନିମନ୍ତେ ଥିବା ‘କୋଭାକ୍ସ ଫ୍ୟାସିଲିଟିର ପୋର୍ଟଫଲିଅ’ ଅନ୍ତର୍ଭୁକ୍ତି ଲାଗି ‘ସ୍ପୁଟ୍ନିକ୍ ଭି’ କଥା ବିଚାର କରିବା ପାଇଁ ‘ଆର୍ଡିଆଇଏଫ୍’ ଟିକା ମେଣ୍ଟ୍ ‘ଗାଭି’ ସହ ପୃଥକ୍ ଆଲୋଚନା କରିବ।
ଟିକାର ଦ୍ରୁତ, ନ୍ୟାୟୋଚିତ ଏବଂ ସମବଣ୍ଟନ କରି ୨୦୨୧ ଶେଷ ସୁଦ୍ଧା ବୈଶ୍ବିକ ମହାମାରୀର ଏହି ଉତ୍କଟ ପର୍ଯ୍ୟାୟର ଅବସାନ ଘଟାଇବାରେ ସହାୟତା କରିବା ହେଉଛି ‘କୋଭାକ୍ସ୍ ଫ୍ୟାସିଲିଟି’ର ଉଦ୍ଦେଶ୍ୟ। ପ୍ରତ୍ୟକ୍ଷ ସ୍ବାସ୍ଥ୍ୟ ସେବାକାରୀ, ସାମାଜିକକର୍ମୀ ଓ ସଂକ୍ରମଣ ହେବାର ଆଶଙ୍କା ଥିବା ବର୍ଗଙ୍କୁ ପ୍ରଥମେ ଟିକା ଦିଆଯିବା ଉଚିତ ବୋଲି ‘କୋଭାକ୍ସ୍’ କହୁଛି।
ଦୁଇ ଡୋଜ୍ବିଶିଷ୍ଟ ରୁଷୀୟ ଟିକାରୁ ୨୨୦ ନିୟୁତ ଡୋଜ୍ ଯୋଗାଇ ଦେବା ଲାଗି ‘ଆର୍ଡିଆଇଏଫ୍’ ମଧ୍ୟ ‘ଜାତିସଂଘ ଆନ୍ତର୍ଜାତିକ ଶିଶୁ ଜରୁରୀ ପାଣ୍ଠି’ ସହ ଅନୁବନ୍ଧିତ ହୋଇଛି। ୧୧୦ ନିୟୁତ ଲୋକଙ୍କୁ ଦେବା ଲାଗି ଏତିକ ଟିକା ଯଥେଷ୍ଟ ହେବ।