-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
26-May-2021
ରେଢ଼ାଖୋଲ (ଅନିଲ କୁମାର ପୃଷ୍ଟି) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବେଜେପି ପକ୍ଷରୁ ବୁଧବାର ଭୀମଭୋଇଙ୍କ ଜନ୍ମ ଜୟନ୍ତୀ ଅବସରରେ ଭୀମଭୋଇ ଛକରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ରେଢ଼ାଖୋଲ ରକ୍ତ ଭଣ୍ଡାରରେ କର୍ମୀ ମାନେ ୧୦ ୟୁନିଟ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡ଼ଃ ରାମକୃଷ୍ଣ ପତି ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବିଜେପି ରାଜ୍ୟ ପ୍ରବକ୍ତା ଗୋବିନ୍ଦ ନାରାୟଣ ଅଗ୍ରୱାଲ , ରେଢ଼ାଖୋଲ ବ୍ଳକ ସାଂସଦ ପ୍ରତିନିଧି ଶିବରାମ ସାହୁ , ପୂର୍ବତନ ନଗର ଯୁବମୋର୍ଚ୍ଚା ସଭାପତି ଅନିଲ ପୃଷ୍ଟି , ମୁକେଶ ପଟ୍ଟନାୟକ , ପ୍ରଦୀପ ବିଶ୍ବାଳ , ପ୍ରକାଶ ମୁଖୀ , ଦିଲିପ ଲାଉରିଆ ପ୍ରମୁଖ ରକ୍ତଦାନ କରିଥିବା ବେଳେ ବ୍ଳଡ ବ୍ୟାଙ୍କ ଟେକନିସିଆନ ଇଁନ୍ଦ୍ରମଣି ବେହେରା , ଜାମିନୀ ସାହୁ ସହଯୋଗ କରିଥିଲେ