-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
25-May-2021
ଯାଜପୁର:(ପ୍ରେରଣା ଖବର) ବାତ୍ୟାକୁ ଆଖି ଆଗରେ ରଖି ୧୬ ନଂ ଜାତୀୟ ରାଜପଥ ଉପରେ ଗାଡ଼ି ଚଳାଚଳକୁ ବାରଣ କରାଯାଇଛି। ବାରଣ ବର୍ଷା ପବନ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛ। ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୧୨ ଟା ଠାରୁ ଆସନ୍ତାକାଲି ଦିନ ୧୨ ଟା ପର୍ପ୍ୟନ୍ତ ଜାତୀୟ ରାଜପଥ ଦେଇ କୌଣସି ଗାଡ଼ି ଯାତାୟତ କରି ପାରିବ ନାହିଁ।
କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ଗାଡ଼ି ଯାତାୟତ କରିପାରିବ। ତେବେ ଏହି ସମୟ ମଧ୍ୟରେ କୌଣସି ଗାଡି ଚଣ୍ଡିଖୋଲ ଠାରୁ ୧୬ ନଂ ଜାତୀୟ ରାଜପଥ ଦେଇ ଵାଲେଶ୍ବର ଆଡ଼କୁ ଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ନିର୍ଦେଶ ଦେଇଛନ୍ତି।