-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
25-May-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜାଲୋଏ ଠାରେ ପୁର୍ବତନ ମନ୍ତ୍ରୀ କାର୍ତୀକ ପ୍ରଶାଦ ତରିଆଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅବଶର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶଷି ଭୂଷଣ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବହୁ ସଦଶ୍ୟ ଯୋଗଦେଇଥିଲେ । ପ୍ରଥମେ ସ୍ୱର୍ଗତ ତରିଆଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ଉଦ୍ୟେଶ୍ୟରେ ଦୁଇମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ବିନୟ ତ୍ରୀପାଠୀ, ସୁବାଷ ସାହୁ, ରାଧେ ତ୍ରୀପାଠୀ, ଦିଲ୍ଲିପ ଗୁରୁ, ବରିଷ୍ଠ କଂଗ୍ରେସ ନେତା ଘାଷି ବସ୍ତିଆ, ଗଣେଷ ମେହେର, ଦେବ ଜୀବନ ସୁଆର, ସରୋଜ ବଘାର, ଦୁଃଖୁ ବଘାର, ଲଛମନ ମେହେର, ପାର୍ଥ ସାରଥି ବଘାର ପ୍ରମୁଖ ଯୋଗଦେଇଥିଲେ ।