-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର :ଅଖିଳ ଭାରତୀୟ ଗ୍ରାହକ ପଂଚାୟତର ବୈଠକ

24-May-2021



ବଲାଙ୍ଗିର, (ପ୍ରେରଣା ଖବର): ଅଖିଳ ଭାରତୀୟ ଗରାହକ ପଂଚାୟତ ଓଡିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତୀୟ ସଂଯୁକ୍ତ ବୈଠକ ଭର୍ଚୁଏଲ ମୋଡରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବ ଭାରତୀୟ ଅଧ୍ୟକ୍ଷ ମାନନୀୟ ନାରାୟଣ ସାହା ଯୋଗ ଦେଇ ଏହି କୋଭିଡ୍ ୧୯ କରୋନା ମହାତ୍ମ ରୀ କାଳରେ ଅଖିଳ ଭାରତୀୟ ଗ୍ରାହାକ ପଂଚାୟତ ଜିଲ୍ଲା ଗୁଡିକରେ କାର୍ଯ୍ୟରତ କର୍ମକର୍ତ୍ତାମାନେ ଜିଲ୍ଲା ପ୍ରଶାସନ ସହ ସଂପର୍କ ରକ୍ଷା କରି ସହଯୋଗର ହାତ ବଢାଇବା ପାଇଁ ପରାମର୍ଶ ଦେଇଥିଲେ । ପଂଚାୟତର କାର୍ଯ୍ୟରେ ମହିଳାମାନଙ୍କର ବିଶେଷ ଯୋଗଦାନ ରହିଛି । ତେଣୁ ଆଗକୁ ଅଧିକ ରୁ ଅଧିକ ସଂଖ୍ୟକ ମହିଳାମାନଙ୍କୁ ସାମିଲ କରିବା ପାଇଁ ସେ କହିଥିଲେ । ନୂତନ ସଂଶୋଧିତ ୨୦୧୯ ଉପଭୋକ୍ତା ସଂରକ୍ଷିତ ଆଇନ ଲାଗୁ 

ହେଲା ପରେ ଏହି ଆଇନରେ ଉପଭୋକ୍ତା ମାନଙ୍କର କ୍ଷମତା ବୃଦ୍ଧି ପାଇଛି । ଏହି ଆଇନ ସଦ୍ ବିନିଯୋଗ କରି ଉପଭୋକ୍ତା ମାନଙ୍କୁ ଅଧିକରୁ ଅଧିକ ଲାଭ ପହଞ୍ଚାଇବା ଦିଗରେ ଗ୍ରାହକ ପଂଚାୟତ ତରଫରୁ ଅଧିକ ସଚେତନତା ବୃଦ୍ଧି କରିବାକୁ ଶ୍ରୀ ସାହା ପରାମର୍ଶ ଦେଇଥିଲେ । ଏଥିରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ର ସୌଲଙ୍କେ ଯୋଗଦେଇ ସଂଗଠନ ସଂପର୍କରେ ମାର୍ଗଦର୍ଶନ କରିଥିଲେ । କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡିଶା ପଶ୍ଚିମ ପ୍ରାନ୍ତ ଅଧ୍ୟକ୍ଷ ରାଧାମାଧବ ବହିଦାର  କରୋନା କାଳରେ ରୋଗରେ ନପଡିବା ସହ ରୋଗ ପ୍ରତିଷେଧକ ବୃଦ୍ଧି ପାଇଁ ଯୋଗ, ପ୍ରାଣାୟମ ସମେତ ଆୟୁର୍ବେଦିକ ଔଷଧ ଓ  ଘରୋଇ ଉପଚାର ମାଧ୍ୟମରେ କ୍ଷମତା ବୃଦ୍ଧି ପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରାନ୍ତୀୟ ସଂପାଦକ ମାଣିକଲାଲ ବର୍ମା ସମ୍ବଲପୁର ରେଳ ମଣ୍ଡଳ ଅଧିନରେ ଥିବା ଷ୍ଟେସନ ଗୁଡିକରେ ବର୍ଷ ବର୍ଷ ଧରି ପିଆରଏସ୍ ଓ ୟୁଟିଏସ୍ କାଉଣ୍ଟର ଗୁଡିକରେ ଟିକଟ ବିବରଣୀ ଦର୍ଶିତା ଫଳକ ନ ଥିବା ଯୋଗୁଁ ସାଧାରଣ ଯାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଅନ୍ୟନ୍ୟ ଷ୍ଟେସନମାନଙ୍କ ଭଳି ସମ୍ବଲପୁର ରେଳ ମଣ୍ଡଳ ଅଧିନରେ ଥିବା ଷ୍ଟେସନ ଗୁଡିକରେ ଏହା ଶିଘ୍ର ଲଗାଇବାକୁ ପ୍ରସ୍ତାବ ଦେଇଥିଲେ ।  ଆଲୋଚନା ପରେ ଏହା ଗ୍ରହଣ କରାଯାଇ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ଏ ଦିଗରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ବୈଠକରେ ପୂର୍ବାଞ୍ଚଳ ସଂଗଠନ ସଂପାଦକ ରାମଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ ।

ସମସ୍ତ ସଭା କାର୍ଯ୍ୟ ପଶ୍ଚିମ ପ୍ରାନ୍ତୀୟ ସଂପାଦକ ବଦ୍ରୀନାରାୟଣ ମହାରଣା ପରିଚାଳନା କରିଥିଲେ । ଏହି ବୈଠକରେ ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥି, ଇଂ. କିଶୋର ମୋହନ ମିଶ୍ର, ଗୋବର୍ଦ୍ଧନ ପାଣ୍ଡିଆ, ଅଚ୍ୟୁତାନନ୍ଦ ଉଦ୍‌ଗାତା, ଅଶୋକ କୁମାର ମିଶ୍ର, ବିଶ୍ୱନାଥ ତ୍ରିପାଠି, ଜୟକୃଷ୍ଣ ସାହୁ, ବିନୋଦ କାଲସାଏ, ମଗନଲାଲ ଅଗ୍ରୱାଲ, ନବକୃଷ୍ଣ ପଟେଲ, ବିବେକ ରଥଙ୍କ ସମେତ ମହିଳା କାର୍ଯ୍ୟକର୍ତ୍ତା ମାଳତି ଉଦ୍‌ଗାତା, କୁସୁମ ଶତପଥି, ବିଣାପାଣି ଆଚାର୍ଯ୍ୟ, ଜ୍ୟୋତି ମିଶ୍ର, କବିତା ମିଶ୍ର, ତପସ୍ମିନୀ ପଶାୟତ, ନିହାରିକା ମିଶ୍ର, କସ୍ତୁରୀ ରଥ, ରଂଜିତା ମିଶ୍ର, ସରୋଜା ମାଝୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like