-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-May-2021
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗିର ଜିଲ୍ଳାରେ ମହାମାରୀ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବାବେଳେ ବଲାଙ୍ଗିର ଜିଲା ବିଜୁ ଜନତା ଦଳ ପକ୍ଷରୁ ଏକାଧିକ ସାମାଜିକ କାର୍ଯ୍ୟ ହାତକୁ ନିଆଯାଇଛି l ଗତକାଲି ଜଣେ ନିରାଶ୍ରିତ ମହିଳାକୁ ଉଦ୍ଧାର କରି ପୋଲିସ ର ଜିମା ଦେଇଥିଲେ ବିଜୁ ଜନତା ଦଳ ର ସଭ୍ୟ ମାନେ l ଆଜି ପୁଣିଥରେ ବିଜୁ ଜନତା ଦଳ ର ଛାତ୍ର ନେତା ମାନେ ଏକତ୍ରିତ ହୋଇ ସେନିଟାଇଜ କରିବା କାମ ହାତକୁ ନେଇ ସମସ୍ତଙ୍କ ପ୍ରସଂଶାଭାଜନ ହୋଇପାରିଛନ୍ତି l ସୂଚନା ମତେ, ବଲାଙ୍ଗିର ପୃଥ୍ବୀରାଜ ହାଇସ୍କୁଲର ଶିକ୍ଷକ ସୁରେଶ ବାରିକଙ୍କ ଘର ଓ ଅନ୍ଯାନ୍ଯ ଷ୍ଟାଫ କ୍ବାଟର ମାନଙ୍କୁ ଯାଇ ସାନିଟାଇଜ୍ କରିଛନ୍ତି ବଲାଙ୍ଗିରର ଛାତ୍ରନେତା ତଥା ରାଜ୍ଯ ଛାତ୍ର ବିଜେଡି ସମ୍ପାଦକ ସୁମନ ନନ୍ଦ ଓ ତାଙ୍କ ଟିମ୍ l ବିଜେଡି ସଭ୍ୟ ମାନଙ୍କ ଦ୍ଵାରା କୋଭିଡ଼ କଟକଣାକୁ ପାଳନ କରାଯାଇ ଏହି ସାମାଜିକ କାମ କରାଯିବା ସହ ଲୋକଙ୍କୁ କରୋନାର ଭୟାବହତା ତଥା କରୋନାକୁ ମାତ୍ ଦେବା ପାଇଁ ସେନିଟାଇଜେସନ୍ ର ଗୁରୁତ୍ଵ ମ୍ପର୍କରେ ସଚେତନ କରାଯାଇଥିଲା l ଯୁବ ନେତା ସୁମନ ନନ୍ଦଙ୍କ ଏହି ପଦକ୍ଷେପକୁ ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ , ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା , ବିଜେଡି ଆଇଟି ସଂଯୋଜକ ବିଭୁତି ଭୁଷଣ ମିଶ୍ର ପ୍ରସଂଶା କରିଛନ୍ତି ।