-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-May-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଗତ ୨୩ତାରିଖ କିସିଣ୍ଡାରୁ ବିବାହ ସାରି ସଂଧ୍ୟା ୭ଘଟିକା ସମୟରେ ଫେରୁଥିବା ବେଳେ,ଡ଼୍ରାଇଭର ଭାରସାମ୍ୟ ହରାଇ କିସିଣ୍ଡା ଥାନା ନିକଟସ୍ଥ ହିରାଲୋଇ ଠାରେ ଏକ ଜେସିବି ମେସିନରେ ଆଗପଟରୁ ପିଟିଥିଲା,ଅଳ୍ଳ୍ପକେ ବର୍ତ୍ତି ଯାଇଛନ୍ତି ବର ଓ ବରକନ୍ୟା, ସୂଚନା ଯୋଗ୍ୟ ଯେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ୍ ଅନ୍ତର୍ଗତ ସର୍ଗିପାଲି ଗ୍ରାମର ରୁକମଣୀ ଧୁରୁଆଙ୍କ ପୁତ୍ର ରମାକାନ୍ତ ଧୂରୁଆ କିସିଣ୍ଡାର ବେଣୁଧର ନାଏକ ଓ ସଇରେନ୍ଦ୍ରି ନଏକଙ୍କ ଝିଅକୁ ବିବାହ ସାରିଫେରୁଥିବା ସମୟରେ ବାଟରେ ଦୁର୍ଘଟଣା ଘଟିଥିଲା ଓ ଘଟଣାସ୍ଥଳକୁ କିସିଣ୍ଡା ପୋଲିସ ଏସ୍ ଆଇ ରାମେଶ୍ୱର ସିଂଙ୍ଗ,ଏ ଏସ୍ ଆଇ କଷ୍ଟୂଚରଣ ବେହେରା,ଏ ଏସ୍ ଆଇ ଟିକେ ଲାଲ୍ ଭୋଇ ଏବଂ ମହିଳା ସବ ଇନିସ୍ପେକଟର ବିଳାସିନୀ ଭୋଇ ପହଞ୍ଚି ବୁଝାସୁଝା କରିଥିଲେ। ଏହାସହିତ ଘଟଣାସ୍ଥଳରେ କିସିଣ୍ଡା ପୋଲିସର ମହତପଣିଆ ଦେଖିବାକୁ ମିଳିଛି। ରାସ୍ତା ମଝିରେ ଦୁର୍ଘଟଣା ଗ୍ରସ୍ଥ କାର୍ କୁ ପୋଲିସ ଟିମ୍ ନିଜ ହାତରେ ସ୍ଥାନିୟ ଯୁବକ ଅକ୍ଷୟ ନାୟକ,କ୍ଷମା ସାହୁ, ଅଞ୍ଜନା ସମସ୍ତେ ରାସ୍ତାରୁ ଟେକିନେଇଥିଲେ।