-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
24-May-2021
ଟିଟିଲାଗଡ଼ (ପ୍ରେରଣା ଖବର): ଡାକ୍ତରଙ୍କୁ ଭଗବାନ ବୋଲି ଆଖ୍ୟା ଦିଆ ଯାଇଥିବା ବେଳେ ସେମାନଙ୍କ ନିକଟରେ ସେବା ମନୋଭାବ ବଦଳରେ ଅର୍ଥ ଶୋଷଣ ମନୋଭାବ ପୋଷଣ ଯୋଗୁଁ ରୋଗୀ ଅକାଳରେ ମୃତ୍ୟୁର ଶିକାର ହେଉଥିବା ସହ ସର୍ବସ୍ୱାନ୍ତ ହୋଇ ଯାଉଥିବା ଘଟଣା ନେଇ ଜନସନ୍ତୋଷ ବୃଦ୍ଧି ପାଉଛି । ଏପରି କି ସରକାର ସମସ୍ତ ସୁବିଧା, ସୁଯୋଗ
ମାଗଣାରେ ପ୍ରଦାନ ବ୍ୟବସ୍ଥା କରିଥିବା ଓ ଅନେକ ଗରିବ ଲୋକମାନଙ୍କ ଅମୂଲ୍ୟ ଜୀବନ ରକ୍ଷା ପାଉଛି । ହେଲେ କିଛି ଅର୍ଥଖୋର ଡ଼ାକ୍ତର ତାଙ୍କ ଡାକ୍ତରୀ ବୃତ୍ତିକୁ ବ୍ୟବସାୟ ରୂପେ ବ୍ୟବହାର କରିବା ଦେଖାଯାଇଛି । ପ୍ରକାଶ ଯେ, ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସବ ଡିଭିଜନାଲ ଡ଼ାକ୍ତରଖାନା ଉପରେ ଶତାଧିକ ଗରିବ ତଥା ସାଧାରଣ ଲୋକେ ନିର୍ଭର କରୁଥିବା ବେଳେ ଏଠି ବିଭିନ୍ନ ପଦପଦବୀ ଖାଲି ରହିଥିବା ଅଭିଯୋଗ ହୋଇଛି । ଯାହା ଏହି ଡ଼ାକ୍ତର ଖାନାରେ ସପ୍ତାହ କୁ କିଛି ଦିନ ପାଇଁ ଆସୁଥିବା ଡା. ଶ୍ରୀ ମେହେର ଯିଏକି ଔଷଧ ବିଶେସଜ୍ଞ ସେ ଆସିଲେ ଲୋକଙ୍କ ଲମ୍ବା ଧାଡି ଲାଗିଥାଏ । ହେଲେ ସରକାରୀ ନିୟମ ର ଖିଲାପ କରି ଖୋଲାଖୋଲି ନିର୍ଦ୍ଦିଷ୍ଟ ଦୋକାନରୁ ସବୁ ଦାମୀ ଔଷଧ ଆଣିବା,ପରୀକ୍ଷା କରିବା ପାଇଁ ନିର୍ଦିଷ୍ଟ ପରୀକ୍ଷାଗାର କୁ ଯିବାକୁ କହିବା ଆଦି ଘଟଣା ସାମନାକୁ ଆସିଛି । ଏଣୁ ଲୋକେ ନିଜ ସରଳତା ର ଯୋଗୁଁ କେବଳ ତାଙ୍କୁ ଘଣ୍ଟା, ଘଣ୍ଟା ଧରି ଲମ୍ବା ଲାଇନ ରେ ଅପେକ୍ଷା କରିଥାନ୍ତି । ସେହିପରି ଟିଟିଲାଗଡ ସହର ର ଗୋବିନ୍ଦ ସାହୁ ନାମକ ଜିଲ୍ଲା ସଂକୀର୍ତ୍ତନ ସଙ୍ଘ ସଭାପତି ସାତ ମାସ ଧରି ଏହି ଡ଼ାକ୍ତରଖାନାର ଡ଼ ମେହେର ଙ୍କୁ ଦେଖାଇ ଚିକିତ୍ସା କରେଇବା ସତ୍ୱେ ଦାମିକା, ଔଷଧ ସବୁ ସେ କହିବା ଅନୁଯାୟୀ କିଣି ଖର୍ଚ୍ଚ।ନ୍ତ ର ଶିକାର ହୋଇ ଅଧିକ ଗୁରୁତର ହୋଇ ପଡ଼ିଥିଲେ । ଗୋବିନ୍ଦ ସାହୁଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ଟିଟିଲାଗଡ ଡ଼ାକ୍ତରଖାନାକୁ ପହଞ୍ଚିଡା. ଓଁକାର ହୋତା ଙ୍କୁ ଦେଖାଇବାରୁ ସେ ତାଙ୍କ ସ୍ୱାସ୍ଥ୍ୟ ଦେଖି ତୁରନ୍ତ ଏକ୍ସରେ କରିବା କୁ କହି ତାଙ୍କ ଯକ୍ଷ୍ମା ବା ଟି ବି ଥିବା ସନ୍ଦେହ କରି ଶେଷ ଅବସ୍ଥା ଥିବା ଜଣାଇଥିଲେ । ଉକ୍ତ ଏକ୍ସରେ ଓ ସମସ୍ତ ରିପୋର୍ଟ ରେ ଯକ୍ଷ୍ମା ଅକ୍ରାନ୍ତ ଥିବା ଜଣାପଡିବା ରୁ ଡ଼ାକ୍ତର ତୁରନ୍ତ ଔଷଧ ସେବନ ପରାମର୍ଶ ଦେଇଥିଲେ । ସେ ମାଗଣାରେ ସରକାରୀ ଭାବେ ଔଷଧ ଆରମ୍ଭ କରିବା ମାତ୍ରେ ସେ ମୃତ୍ୟୁ ମୁଖରୁ ବର୍ତି ଯାଇ ନୂତନ ଜୀଵନ ଲାଭ କରିଥିଲେ । ଡା. ଶ୍ରୀ ମେହେର ଲକ୍ଷଣ ଦେଖି ଜାଣି ସୁଦ୍ଧା ପରୀକ୍ଷା ପାଇଁ ନ କହିବା ଓ ଉକ୍ତ ଦୋକାନରୁ ଦାମୀ ଔଷଧ ସବୁ ଖାଇବାକୁ କହିଥିବା ପରି ଗୁରୁତର ଅଭିଯୋଗ କରିଛନ୍ତି ରୋଗୀ ଗୋବିନ୍ଦ ସାହୁ l ଯକ୍ଷ୍ମା ଔଷଧ ସେବନ ପାଇଁ ଲେଖିବାକୁ କହିସୁଦ୍ଧା ପରୀକ୍ଷା କିମ୍ବା ଔଷଧ ନ ଦେଇ କେବଳ ତାଙ୍କ ଭିଟାମିନ ଔଷଧ ଦେଇ ଚାଲିଥିଲେ । ଆଉ ଯଦି କିଛି ସମୟ ବିଳମ୍ବ ହୋଇଥାନ୍ତା ତେବେ ଅମୂଲ୍ୟ ଜୀବନ ଚାଲିଯାଇଥାନ୍ତା । ସରକାରୀ ଭାବେ ଖୋଲାଖୋଲି ବେଆଇନ ଭାବେ ନିର୍ଦ୍ଦିଷ୍ଟ ଦୋକାନରୁ ଔଷଧ କିଣିବା କୁ ବାଧ୍ୟ କରାଇ ନିଜ କମିଶନ ବ୍ୟବସ୍ଥାରେ ଲାଭବାନ
ହେବେ ଓ ସଠିକ ଚିକିତ୍ସା ନ କରି ଅର୍ଥ ଶୋଷଣ ମନୋଭାବ ପୋଷଣ କେତେ ଯୁକ୍ତିଯୁକ୍ତ ସେ ନେଇ ତୁରନ୍ତ ବିଭଗୀୟ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।