-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
20-May-2021
ମାହାଙ୍ଗା:ମହାମାରୀ କୋରୋନା ଭଳି ବିପତ୍ତି ସମୟରେ ଅସହାୟ ମାନଙ୍କ ଶକ୍ତି ସାଜିଲେ ଶ୍ରୀୟା ଫାଉଣ୍ଡସନ ର ସଦସ୍ୟ ଆଉ ଗୁଣ୍ଡୁଚି ମୂଷା ଭଳି ସହଯୋଗ ର ହାତ ବଢାଇଲେ ସ୍ଥାନୀୟ କନକ ଟିଭି ର ପ୍ରତିନିଧି ଶିବାନୀ କୁମାର ସାହୁ।କୋରୋନା ର ଦ୍ଵିତୀୟ ଲହରୀ ଯୋଗୁଁ ଏବେ ସାରା ଓଡ଼ିଶା ଲକ୍ ଡାଉନ୍ ।ଯାହା ଫଳରେ ବହୁ ଜିବନ ଜୀବିକା ଏବେ ବାଧା ପ୍ରାପ୍ତ ଆଉ ଏଥିରୁ ବାଦ୍ ପଡ଼ିନାହାନ୍ତି ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣ ପୁର ପଞ୍ଚାୟତ ରେ ରହୁଥିବା ଦିବ୍ୟଙ୍ଗ ଚାରିଟେବୁଲ ଫାଉଣ୍ଡେସନ ର 30 ଜଣ ସଦସ୍ୟ।ସେମାନେ ଧୂପ କାଠି, ଫିନାଇଲ,ଆଉ ସଙ୍ଗୀତ କାର୍ଯ୍ୟକର୍ମ କରି ସ୍ୱାଭିମାନ ର ସହିତ ନିଜର ଜୀବିକା ନିର୍ବାହ କରୁଥିବା ବେଳେ କରୋନା ର ଦ୍ବିତୀୟ ଲହରୀ ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି।ସେମାନଙ୍କ ପାଇଁ ଦି ଓଳି ଦି ମୁଠା ଖାଇବା ତାଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।ଯାହାକୁ ନେଇ ସେମାନେ ସ୍ଥାନୀୟ କନକ ଟିଭି ର ପ୍ରତିନିଧି ଶିବାନୀ କୁମାର ସାହୁ ଙ୍କୁ ଯୋଗାଯୋଗ କରିଥିଲେ।ପରେ ଶିବାନୀ ଶ୍ରୀୟା ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ କ୍ଷିରୋଦ ବେହେରାଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ 15 ଦିନର ଖାଦ୍ୟ ସାମଗ୍ରୀ ପହଞ୍ଚାଇଥିଲେ।ଏବଂ ସେମାନେ ତିଆରି କରୁଥିବା ଧୂପ କାଠି ଓ ଫିନାଇଲ୍ ର ବଜାର ବ୍ୟବସ୍ଥା କରିବା ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ଏହି କାର୍ଯ୍ୟରେ ଶ୍ରୀୟା ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉତ୍କଳ କେଶରୀ ସାମଲ ,ସଦସ୍ୟା ଶୁଭ୍ର ଜ୍ୟୋତି ଭୂୟାଁ ଓ ସ୍ଥାନୀୟ ସମାଜସେବୀ ଚିତ୍ତରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)