-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
20-May-2021
ଟିଟିଲାଗଡ଼ (ପ୍ରେରଣା ଖବର): ଟିଟିଲାଗଡ ସବଡିଭିଜନାଲ୍ ଅବକାରୀ ବିଭାଗ କାର୍ଯ୍ୟାଳୟ ବନ୍ଦ ରହୁଥିବା ସହ ବିଭାଗୀୟ କାର୍ଯ୍ୟାଳୟ କର୍ମଚାରୀଙ୍କ ପ୍ରୋତ୍ସାହନ କ୍ରମେ ସ୍ଥାନୀୟ ଉପଖଣ୍ଡ ଅଞ୍ଚଳରେ ଦେଶୀ,ବିଦେଶୀ ମଦ ସହ ଖୋଲାଖୋଲି ମଦର ସୁଅ ଛୁଟିବା ନେଇ ଜିଲ୍ଲା ଜନସେବା ସଙ୍ଗଠନ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ଏପରି କି ଉପଖଣ୍ଡ ମୁଖ୍ୟ ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ ସଦା ନିଜ କାର୍ଯ୍ୟାଳୟରେ ତାଲା ପକାଇ ରଖିବା ଓ କେତେବେଳେ କେମିତି କିଛି ସମୟ ପାଇଁ ଆସି ଚାଲିଯାଉଥିବା ବେଳେ ଏ ନେଇ ସାଧାରଣ ନିଜ ଗୁହାରି ଜଣାଇବାକୁ ଆସି ନିରାଶ ହୋଇ ଦୁରଦୁରାନ୍ତ ଗ୍ରାମାଞ୍ଚଳରୁ ଆସି ଫେରିଯିବା ସାର ହେଉଛି । ଅପରପକ୍ଷରେ ଦେଶୀ,ବିଦେଶୀ ମଦ ଗ୍ରାମାଞ୍ଚଳ ଠୁ ନେଇ ସହରର ଘରେଘରେ କୁଚିଆ ମଦ ଦୋକାନକୁ କୁଟୀର ଶିଳ୍ପ ପରି ବିକ୍ରି କରି ବେଶ ଲାଭବାନ ହେଉଥିବା ଦେଖା ଯାଉଛି । ଅପରପକ୍ଷରେ ଏହି ଦେଶୀ ବେଆଇନ ହାତ ରନ୍ଧା ମଦ କାରବାର ବେଶ ଜୋରରେ ଚାଲିଥିବା ବେଳେ ଅନେକ ଲୋକେ ମଦ ପିଇ ନିୟମିତ ଭାବେ ମୃତ୍ୟୁର ଶିକାର ହେଉଛନ୍ତି । ଅବକାରୀ ବିଭାଗ ଜାଣିଶୁଣି ନିରବ ଦ୍ରଷ୍ଟା ସାଜିଥିବା ଓ ସହର ତଥା ଗ୍ରାମାଞ୍ଚଳରେ ଥିବା ଘରେଘରେ ମଦ ବିକ୍ରି କରୁଥିବା ଦୋକାନୀଙ୍କ ନିକଟରୁ ବଟି ବା ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇ ଆସୁଛି । ସେହିପରି ଏସକଫ ନାମକ ବେଆଇନ କଫସିରଫ ବିକ୍ରି ବଢ଼ି ଚାଲିଛି । ଦେଶୀ,ବିଦେଶୀ ମଦ କୁ ଜାରି ପ୍ୟାକେଟ କରି ବତକ ଓ ମାଛ ଚିନ୍ହ ଦେଇ ମଦଭାଟି ରୁ ଉକ୍ତ ମଦ ରେ ୟୁରିଆ ସାର ମିସାଯିବା ଯୋଗୁଁ ଅଧିକ ନିଶାଯୁକ୍ତ ହେଉଥିବା ଓ ଭୋକ ନ ହେବା ପେଟଖାଲି ରହିବା ଯୋଗୁଁ ମୃତ୍ୟୁ ର ଶିକାର ହେଉଥିବା ଦେଖାଯାଉଛି । ଅନୁରୂପ ଭାବେ ଗ୍ରାମାଞ୍ଚଳରେ ହାତ ରନ୍ଧା ମଦ ବିକ୍ରି ହେବା ସହ ବିଭିନ୍ନ ଅଞ୍ଚଳକୁ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି । ସେହିପରି ବିଦେଶୀ ମଦ ଜୋର, ସୋର ରେ ହୋଟେଲ,ବିଭିନ୍ନ ଘରେ,ତେଜରାତି ବା କିରାଣୀ ଦୋକାନ ଗୁଡିକ ରେ ଦିନରାତି ବିକ୍ରି ଚାଲିଛି । ଏ ନେଇ ବିଭାଗୀୟ ଅଧିକାରୀ ସହ ଯୋଗାଯୋଗ କରିଥିବା ବେଳେ କୌଣସି ନା ନା ଆଳ ରେ କିଛି ସୂଚନା ଦେଇ ନ ଥିଲେ । ଏହି ମଦ ଏବେ କୋଭିଡ-୧୯ ସମୟରେ ପୂର୍ବରୁ ଗଚ୍ଛିତ ରଖି ଚଢା ଦରରେ ଅଧିକ ବିକ୍ରି ଚାଲିବା ସହ ଏହି ଅବକାରୀ ଥାନା ଅଞ୍ଚଳରେ ବ୍ୟାପକ ଏସକଫ ନିଶା କଫସିରଫ ବିକ୍ରି ଚାଲିବା ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବଲାଙ୍ଗୀର ଜିଲ୍ଲା ଜନସେବା ସଂଘ ତରଫରୁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରାଯାଇଥିବା ସଂଘ ସଭାପତି ଲମ୍ବୁଧର ଛତ୍ରୀଆ ପ୍ରକାଶ କରିଛନ୍ତି ।