-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
19-May-2021
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆପାଲି ଗ୍ରାମରେ ଦେଖିବାକୁ ମିଳୁଛି ଏକ ଅଭାବନୀୟ ଘଟଣା l ମହାମାରୀ କରୋନା ସମୟରେ ହଜି ଯାଉଛି
ମାନବିକତା l କରୋନା ରୋଗରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶରୀରକୁ ନିଜ ଜନ୍ମ କଲା ପୁତ୍ରମାନେ ସ୍ପର୍ଶ ତଥା ସବଦାହ କରିବାକୁ ମନା କରି ଦେବାରୁ ଶେଷରେ ସ୍ବେଚ୍ଛାସେବୀ ସଂଗଠନ ଶବ ସତ୍କାର କରିଥିବା ଜାଣିବାକୁ ମିଳିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି
ନୁନିଆପାଲି ଗ୍ରାମରେ l ଗ୍ରାମର ରଙ୍କମଣି ପୁଟେଲ ମହାମାରୀ କରୋନାରେ ମୃତ୍ୟୁ ହୋଇଥିବା ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନକୁମାର ଶତପଥୀ ସୂଚନା ଦେଇଛନ୍ତି । ଶ୍ରୀ ଶତପଥୀଙ୍କ ସୂଚନା ଅନୁସାରେ ୧୬ ତାରିଖ ରଙ୍କମଣି ଅସୁସ୍ଥ ଅନୁଭବ କରିବାରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । କରୋନା ସଂକ୍ରମିତ ଚି଼ହ୍ନଟ ହେବାପରେ ଡାକ୍ତର ଔଷଧ ଦେଇ ଗୃହ ସଂଘରୋଧରେ ରହିବାକୁ ପରାମର୍ଶ ଦେଇଥିଲେ କିନ୍ତୁ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିଲା ଏବଂ ମୃତ୍ୟୁ ପରେ ରଙ୍କମଣିଙ୍କ ବଡ଼ପୁଅ ଭକ୍ତ ପୁଟେଲ ଉପସ୍ଥିତ ଥିବା ବେଳେ ସାନପୁଅ ଜଗତରାମ ପୁଟେଲ ତାଙ୍କ ବାପାଙ୍କ ଚେହେରା ମଧ୍ୟ ଦେଖିବାକୁ ନାରାଜ । ଏ ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ପାଇ ତହସିଲଦାର ସନ୍ତୋଷ ଦାସ ଏବଂ ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ ଘଟଣା ସ୍ଥଳକୁ ଯାଇ ଶବ ସତ୍କାର ପାଇଁ କହିଥିଲେ । କିନ୍ତୁ ରଙ୍କମଣିଙ୍କ ଦୁଇ ପୁଅ, ସମ୍ପର୍କୀୟ ଏବଂ ଗ୍ରାମବାସୀ ଶବଦାହ କରିବାକୁ ଇଛାପ୍ରକାଶ କରିନଥିଲେ l ପରେ ଆଗଲପୁର ବ୍ଲକ ମlହେଶ୍ୱରୀ ସଂଗଠନ ଏବଂ ବିଙ୍ଗ ହିୟୁମାନର ସଦସ୍ୟ ପିପିଇ କୀଟ ପିନ୍ଧି ରାତ୍ର ୧୦ ଘଣ୍ଟା ସମୟରେ ଶବ ସତ୍କାର କରିଥିଲେ । ଏଭଳି ମହାନ କାର୍ଯ୍ୟକୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଛନ୍ତି l