-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
19-May-2021
ପୁରୀ (ସମୀର ରଞ୍ଜନ ନାୟକ ): ପୁରୀ ବଡ଼ ଶଙ୍ଖ ପରିବା ବଜାରରେ ଅଭାବନୀୟ ଘଟଣା। ଲକଡାଉନରେ ପୋଲିସ ପକ୍ଷରୁ ବଜାରରେ ଉଠା ଦୋକାନୀଙ୍କୁ ସାମାଜିକ ଦୂରତା ରକ୍ଷା ନେଇ ଯାଞ୍ଚ ବେଳେ ପୋଲିସ ର ଦୁର୍ବ୍ୟବହାରକୁ ନେଇ ଉତେଜନା। ଜଣେ ଉଠା ଦୋକାନୀକୁ ପୋଲିସ ମାଡ଼ ମାରି ଆହତ କରିବା ଅଭିଯୋଗରେ ବ୍ୟବସାୟୀ ମାନେ ରାସ୍ତା ରୋକ କରିଛନ୍ତି। ଏପରିକି ଘଟଣା ସ୍ଥଳରେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତେଜନା ସୃଷ୍ଟି ହୋଇଛି। ତେବେ ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ତେବେ ଦୁର୍ବ୍ୟବହାର କରିଥିବା ପୋଲିସ କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଉଠା ଦୋକାନୀ l