-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
19-May-2021
ବଲାଙ୍ଗିର (ପ୍ରେରଣା ଖବର) : ଚୁଡାପାଲି ପଞ୍ଚାୟତ ସାନତେଲେନପାଲି ଗାଁର ଗଣେଷ ଜେନାଙ୍କ ପରିବାରକୁ ଏ ମହାମାରୀ ସମୟରେ ସହଯୋଗର ହାତ ବଢାଇଛନ୍ତି ବିଜୁ ଜନତା ଦଳର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ଆଜି ଚୁଡାପାଲି ପଞ୍ଚାୟତର ସଭାପତି ମନୋଜ ରାଜପୁତଙ୍କ ସୂଚନାକ୍ରମେ ତାଙ୍କ ଗ୍ରାମର ଅସହାୟ ଗଣେଶ ଜେନାଙ୍କ ପରିବାରକୁ ସହଯୋଗ କରିବାକୁ ନିର୍ଦେଶ ଦେଇଥିଲେ ଯୁବନେତା ଅର୍କେଶ । ତାଙ୍କ ନିର୍ଦେଶ କ୍ରମେ ବଲାଙ୍ଗିରର ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କ ବ୍ଲକ ପ୍ରତିନିଧି ତଥା ବର୍ତ୍ତମାନର ସାହାଜବାହାଲ ସରପଞ୍ଚ ପ୍ରଦ୍ଯୁମ୍ନ ହୋତାଙ୍କ ସହିତ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଗୋବିନ୍ଦ ଶତପଥି ଛାତ୍ର ବିଜେଡି ରାଜ୍ଯ ସମ୍ପାଦକ ସୁମନ ନନ୍ଦ ଚୁଡାପାଲି ଯୁବନେତା ମଳୟ ମେହେର, ଜିଲ୍ଲା ଆଇଟି ସଂଯୋଜକ ବିଭୂତି ଭୂଷଣ ମିଶ୍ର , ଗୁଣସାଗର ରାୟ , ଧନଞ୍ଜୟ ପଟେଲ , ଅମିତ ଝାଙ୍କର ସାନତେଲନ ପାଲି ଗ୍ରାମକୁ ଯାଇ ତାଙ୍କ ଘରେ ଏକ ମାସର ରାସନ ସାମଗ୍ରି ପହଞ୍ଚାଇ କିଛି ଆର୍ଥିକ ସହଯୋଗ କରିଥିଲେ । ସୂଚନା ଯୋଗ୍ଯ ଯେ ଅସହାୟ ଗଣେଷ ଜେନା ଜଣେ ଭଲ ମୋଟର କାର ମେକାନିକ ଭାବରେ ଜଣାଶୁଣା ଥିଲେ ଗତ ଦୁଇ ବର୍ଷ ତଳେ ଅଚାନକ ଅସୁସ୍ଥ ହୋଇ ପାରାଲେସିସି ରୋଗରେ ଶଯ୍ଯାସାୟୀ ହୋଇ ରହିଛନ୍ତି ତାଙ୍କ ପରିବାରରେ ବୃଦ୍ଧାବସ୍ତା ରେ ବାପା ମାଆ ଓ ତାଙ୍କ ସ୍ତ୍ରୀ ଥିବାବେଳେ ରୋଜଗାର କରିବାକୁ କେହି ନାହାନ୍ତି । ଏ ଭଳି ଅସହାୟ ଙ୍କୁ ସହଯୋଗ ର ହାତ ବଢାଇଥିବାରୁ ଅର୍କେଶ ନାରାୟଣ ସିଂହଦେଓଙ୍କୁ ଚୁଡାପାଲି ବରିଷ୍ଠ ନେତା ଶ୍ରୀ କୂଳମଣୀ ମେହେର କୃତଜ୍ଞତା ଜ୍ଞାପନ କରିଛନ୍ତି ।