-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
19-May-2021
ସୁବର୍ଣ୍ଣପୁର (ବିନୋଦ ପାଣ୍ଡେ): କୋଭିଡ ମହାମାରୀ ସମୟରେ ସବୁ ଆଡେ ରକ୍ତ ର ଅଭାବ ପରିଲକ୍ଷିତ ହେଉଛି l ସେହି ସମୟରେ ଦେବଦୂତ ସଦୃଶ ଦେବଦତ୍ତ କର୍ଣ୍ଣ ଙ୍କ ରକ୍ତଦାନ ଏକ ନୂଆ ଉଦାହରଣ ସ୍ରୁଷ୍ଟି କରିଛି l
ସୂଚନାରୁ ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲାର ପୋଲିସର କାର୍ଯ୍ୟରତ ଦେବଦତ୍ତ କର୍ଣ୍ଣ ଆଜି ସୁବର୍ଣ୍ଣପୁର ରକ୍ତ ଭଣ୍ଡାରରେ ଜଣେ ଗୁରୁତର ଥାଲେଶୀମିଆ ତଥା କୋଭିଡରେ ପୀଡ଼ିତ ରୋଗୀ ହର୍ଡଖୋଲ୍ , ଚେପାପାଲିର ଜାଗୃତି ମେହେର (୧୦) ଙ୍କୁ ରକ୍ତ ଦେଇ ଜୀବନ ବଞ୍ଚlଇଛନ୍ତି l ଆବଶ୍ୟକ ଥିବା ଓ + ଗ୍ରୁପ ର ରକ୍ତ ଦେଇ ମହାନ୍ ମାନବିକତାର ପରିଚୟ ଦେଇଛନ୍ତି ଦେବଦତ୍ତ l ସୁବର୍ଣ୍ଣପୁର ଜିଲ୍ଲାର ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡାଙ୍କ ପାଖକୁ କେହି ଜଣେ ଫୋନ୍ ମାଧ୍ୟମରେ ତୁରନ୍ତ ରକ୍ତ ଆବଶ୍ୟକ ବୋଲି ଫାନ୍ କରିଥିଲା l ସେହି ସମୟରେ ତତକ୍ଷଣାତ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୁଁ ପ୍ରସ୍ତୁତ ବୋଲି କହିବା ସହ ରକ୍ତଦାନ ସକାଶେ ରାଜି ହୋଇଥିଲେ । ଦେବଦତ୍ତ କର୍ଣ୍ଣ ଆଗରୁ ମଧ୍ୟ ଚାରି ଥର ରକ୍ତ ଦାନ କରି ସାରିଛନ୍ତି । ଭଗବାନ ସବୁବେଳେ ରକ୍ତଦାତାଙ୍କ ଜୀବନ ସୁଖମୟ କରନ୍ତୁ । ଦିଲ୍ଲୀ ରେ ଏନ୍ ଏସ୍ ଜି କମାଣ୍ଡୋ ରେ ତାଲିମ ନେଇ ସେ ଏବେ ଜିଲ୍ଲାପାଳଙ୍କ ପି ଏସ୍ ଓ ବରେ କାର୍ଯ୍ୟରତ ଅଛନ୍ତି ।ଯେକୌଣସି ସମୟରେ ରକ୍ତ ଦାନ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ବୋଲି ଏହି ଅବସରରେ ଆମ ପ୍ରତିନିଧିଙ୍କ ଆଗରେ ଶ୍ରୀ କର୍ଣ୍ଣ କହିଛନ୍ତି ।