-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
19-May-2021
ଭୁବନେଶ୍ବର (ପ୍ରେରଣା ଖବର): ପିକ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା । ଆଗାମୀ 7 ରୁ 10 ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ ସ୍ଥିତି ରହିଛି ତେଣୁ ସମାନ୍ତରାଳ ସ୍ଥିତିରେ ରହିଛି ଓଡ଼ିଶା । ଆଗାମୀ 7 ରୁ 10 ଦିନ ପରେ କୋଭିଡ ପରିସଂଖ୍ୟାନ ଶୀର୍ଷକୁ ଛୁଇଁ କ୍ରମାନ୍ଵୟରେ ହ୍ରାସ ପାଇବ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ନିରୋଜ ମିଶ୍ର କହିଛନ୍ତି l ବର୍ତ୍ତମାନ ସବୁଠୁ ବଡ଼ କଥା ଆମର ସଂକ୍ରମଣ ହାର 20 ପ୍ରତିଶତ ତଳକୁ ଆସିଛି । ଆମ ପାଇଁ ସେଇଟା ବଡ଼ ଉପଲବ୍ଧି । ପ୍ରଥମ ଲକଡ଼ାଉନ ପାଇଁ ରାଜ୍ୟରେ ସଂକ୍ରମଣ ଫ୍ଲାଟ ସ୍ଥିତିରେ ଅଛି ନଚେତ ଏହି 20 ରୁ 25 ହଜାରରେ ରହିଥାନ୍ତା । ଭୁବନେଶ୍ୱରରେ ପିଜେଟିଭ ହାର ଅଧିକ ରହିଛି ପାଖାପାଖି 35 ପ୍ରତିଶତ ରହୁଛି । ବର୍ତ୍ତମାନ ସ୍ଥିତିରେ ଆମକୁ ଆଇସିୟୁ ବେଡ଼ ବଢାଇବାର ଆବଶ୍ୟକତା ରହିଛି । ଅତିକମରେ ଏଇ 15 ଦିନ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ପଡ଼ିବ । ଜୁନ ମାସ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ସଂକ୍ରମଣ ହାର କମି ଯାଇଥିବ । ତେଣୁ ସେତେବେଳକୁ ଆଉ ବିଶେଷ ବ୍ୟବସ୍ଥା ଆବଶ୍ୟକ ପଡିବନି । ବର୍ତ୍ତମାନ ଗ୍ରାମାଞ୍ଚଳକୁ ଫୋକସ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବହୁତ ଭଲ ପଦକ୍ଷେପ ନେଇଛନ୍ତି ତାହା ବହୁତ ଭଲ । ମାକ୍ସ ବାଣ୍ଟିବା ଦ୍ୱାରା ଲୋକେ ସଚେତନ ହେବେ ସଂକ୍ରମଣଠୁ ଦୁରେଇ ରହିବେ । ମାତ୍ର ଏହି ନିଷ୍ପତ୍ତି 15 ଦିନ ପୂର୍ବରୁ ରାଜ୍ୟ ସରକାର ନେବାର ଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି l ଯଦି 15 ଦିନ ପୂର୍ବରୁ ଏହି ପଦକ୍ଷେପ ନେଇ ଥାନ୍ତେ ତେବେ ଓଡ଼ିଶାରେ ଏପରି ସ୍ଥିତି ଉପୁଜି ନଥାନ୍ତା ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ନିରୋଜ ମିଶ୍ର କହିଛନ୍ତି l