-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
18-May-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) କଣ୍ଟାବାଞ୍ଜି ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ରୁ କଣ୍ଟାବାଞ୍ଜି ରାସ୍ତାରେ ଆଜି କୋଭିଡ-୧୯ କଟକଣାକୁ ନେଇ ବିଭିନ୍ନ ଯାନବାହାନ ଚେକିଂ କରୁଥିବା ବେଳେ ଦୁଇଟି ବାଇକକୁ ଅଟକେଇ ଥିବା ବେଳେ ଗୋଟିଏ ବାଇକ୍ ରେ
ଥିବା ଦୁଇ ଜଣ ଯୁବକ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ । ପୋଲିସ ଅନ୍ୟ ବାଇକରେ ସବାର ତିନି ଜଣଙ୍କୁ ଫେରାର ଉଦ୍ୟମ କରୁଥିବା ବେଳେ କାବୁ କରି ଥିଲେ । ଉକ୍ତ ତିନି ଜଣ ଯୁବକଙ୍କ ନିକଟରୁ ଦେଶୀ ବନ୍ଧୁକ ସହ ମାରଣାସ୍ତ୍ର ସହ ବାଇକକୁ ଜବତ କରି ତଦନ୍ତ ଚାଲିଥିବା ସୂଚନା ମିଳିଛି । ଉକ୍ତ ପାଞ୍ଚ ଜଣ ଯୁବକ କଣ୍ଟାବାଞ୍ଜିର ଜଣେ ବ୍ୟବସାୟୀଙ୍କ ନିକଟରୁ ଦାଦାବଟି ଆଦାୟ ନେଇ ଧମକ ଦେଇଥିବା ଓ ତାଙ୍କ ଗୋଦାମକୁ ଯାଉଥିବା ଜଣା ପଡିଛି l ଗିରଫ ତିନି ଜଣଙ୍କ ନାଁ ରେ ଏକାଧିକ ମାମଲା ଥିବା ବେଳେ ଦୁଇ ଫେରାର ଯୁବକ ସହ ଅନ୍ୟ ଦୁଇ ଜଣ ଯୁବକ ମଧ୍ୟରୁ ଜଣଙ୍କ ନାଁ ରେ ଛଅ ଗୋଟି ମାମଲା ରାୟଗଡା,
ମୁନିଗୁଡା, ଭବାନୀପାଟଣା, ଜୁନାଗଡ଼ ଆଦି ଥାନା ଅଞ୍ଚଳରେ ରହିଛି । ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ସହ ଲୁଟ ଓ ଦାଦା ବଟି ଆଦାୟ ପରି ମାମଲା ରହିଛି । ଏ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଥିବା ପ୍ରକାଶ ପାଇଛି l