-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
କଟକ(ପ୍ରେରଣା ଖବର) -ବ୍ଲାକ ଫଙ୍ଗସ ସଂକ୍ରମିତ ରୋଗ ନୁହେଁ।ଯାହା ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ ଅଛି ସେହି ବ୍ୟକ୍ତିଙ୍କୁ ବ୍ଲାକ ଫଙ୍ଗସ ରୋଗ ସଂକ୍ରମଣ ହେବାର ଲକ୍ଷ କରାଯାଉଛି।ଏଥିପାଇଁ ଆମେ ଆଜି ଠାରୁ ସମସ୍ତ ମେଡିକାଲ କଲେଜ,ଜିଲ୍ଲାସ୍ତରୀୟ ହସ୍ପିଟାଲ,ସବଡିଭିଜନ ସ୍ତରୀୟ ହସ୍ପିଟାଲ ରେ ବ୍ୟବସ୍ଥା କରାଯାଉଛି ବୋଲି ଫଙ୍ଗସ୍ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ନିରୂପମା ଚଇନି କହିଛନ୍ତି l ୧୯୭୦ମସିହାରୁ ଏହି ରୋଗ ଅଛି।ବାୟୁଜନିତ ଏହି ରୋଗ ବ୍ୟାପୁଛି।ବର୍ତ୍ତମାନ ଓଡିଶା ସ୍ଥିତି ଭଲ ଅଛି।କୌଣସି ଭୟ କରିବାର ନାହିଁ।ବ୍ଲାକ ଫଙ୍ଗସ ରୋଗ ମୁଖ୍ୟତଃ ଏଚ୍ ଆଇ ଭି ରୋଗୀ ଓ କୋଭିଡ ରୁ ଆରୋଗ୍ୟ ହେଉଥିବା ବ୍ୟକ୍ତି ମାନଙ୍କୁ ଏହି ରୋଗ ହେଉଛି। ଏହି ରୋଗର ବହୁ ଆଗରୁ ଚିକିତ୍ସା ରହିଛି ଏହି ରୋଗର ଔଷଧ ମଧ୍ୟ ଅଛି ଆମେ ଏହା ଉପରେ ଆମେ ନଜର ରଖିଛୁ ବୋଲି କହିଛନ୍ତି ନିରୂପମା ଚଇନି ଅଧ୍ୟକ୍ଷ ଫଙ୍ଗସ ବିଶେଷଜ୍ଞ କମିଟି