-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
ସାଲେପୁର: ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ଥିବା ରାମେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ପ୍ରଥମ ଡୋଜ ଟିକା କରଣ । ଏହି କେନ୍ଦ୍ର କୁ ମାତ୍ର ୨୦୦ ଟି ଟିକା ଆସିଥିବାରୁ ବହୁଲୋକ ଫେରିଥିବା ରୁ ଅସନ୍ତୋଷ ଦେଖାଦେଇଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ଟିକା ନେବାକୁ ଆସିଥିବା ଲୋକେ କିପରି ସୃଙ୍ଖଳାର ସହିତ ଟିକା ନେବେ ସେଥିପ୍ରତି ଗୁରୁତ୍ୱ ଦେଉଥିବା ଓ ଟିକା ନେବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ବିଶ୍ରାମ କିପରି ନେଇପାରିବେ ସେଥିପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବସିବା ପାଇଁ ସଠିକ୍ ଭାବରେ ପରିଚାଳନା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଟିକା କରଣ କାର୍ଯ୍ୟ କ୍ରମକୁ ଫାର୍ମାସିଷ୍ଟ ସୁଶାନ୍ତ ସାହୁ, ମନୋଜ କୁମାର ଭୋଇ, ସୁଶାନ୍ତ କୁମାର ନାୟକ, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ଲିଲିମା ସେଠି, ଲୋପାମୁଦ୍ରା ପାତ୍ର ପରିଚାଳନା କରିଥିଲେ। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)