-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଜୀବନ ପାଇଁ ରାସ୍ତା #ଲଭ 30 ମିଳିତ ଜାତିସଂଘ ପକ୍ଷରୁ ବିଶ୍ୱ ସଡ଼କ ସୁରକ୍ଷା ସପ୍ତାହ, 17 ରୁ 23 ମଇ 2021

16-May-2021



କଟକ :ପୃଥିବୀରେ ସଡକ ଦୁର୍ଘଟଣାରେ ପ୍ରତିବର୍ଷ ପ୍ରାୟ 13 ଲକ୍ଷ 50 ହଜାର ଲୋକ ପ୍ରାଣ ହରାନ୍ତି। ଭାରତୀୟ ଉପମହାଦେଶରେ ସଡକ ଦୁର୍ଘଟଣା ଆଜି ଚିନ୍ତାର କାରଣ ପାଲଟିଛି। କେବଳ 2019 ରେ, ସଡ଼କ ଦୁର୍ଘଟଣା ଯୋଗୁଁ ଆମ ଦେଶ ଭାରତରେ 1 ଲକ୍ଷ 51 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାର ରିପୋର୍ଟ ହୋଇଛି। ପ୍ରତିବର୍ଷ ଦେଶର ଜିଡିପିର ପ୍ରାୟ ତିନି ରୁ ପାଞ୍ଚ ପ୍ରତିଶତ ସଡ଼କ ଦୁର୍ଘଟଣାରେ ନଷ୍ଟ ହୋଇଥିବା ଗଣନା କରାଯାଇଛି। ଅତ୍ୟଧିକ ଦ୍ରୁତ ଗତି, ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ I

ମିଳିତ ଜାତିସଂଘର ଆକଳନ ଅନୁଯାୟୀ ପୃଥିବୀରେ ପ୍ରାୟ 60 ପ୍ରତିଶତ ଲୋକ ସହରାଞ୍ଚଳରେ ବାସ କରନ୍ତି I ସେହି ସହରଗୁଡ଼ିକରେ ସେମାନଙ୍କର ଜନ୍ମ I ସେମାନେ ସେହି ସହରଗୁଡ଼ିକରେ ବଡ଼ ହୋଇଛନ୍ତି I ସେମାନେ ସେମାନଙ୍କର ଜୀବନ ଜୀବିକା ସେଠି ନିର୍ବାହ କରନ୍ତି I କିନ୍ତୁ ସେମାନେ ଆଜି ସୁରକ୍ଷିତ ନୁହଁନ୍ତି I ସଡ଼କ ଦୁର୍ଘଟଣା ଯୋଗୁଁ ସହରର ଲୋକମାନେ ଅନେକ ସମୟରେ ମୃତ୍ୟୁବରଣ କରନ୍ତି I

ସର୍ବାଧିକ ସଡ଼କ ଦୁର୍ଘଟଣା ମୃତ୍ୟୁର କାରଣ - ଅତ୍ୟଧିକ ଗତି I ବର୍ତ୍ତମାନ ଓଡିଶାର ରାସ୍ତା ଦ୍ରୁତ ଗତି କାରଣରୁ ମୃତ୍ୟୁର ଜନ୍ତାରେ ପରିଣତ ହେଉଛି। 2019 ମସିହାରେ, ଓଡିଶାରେ ସମୁଦାୟ 11,064 ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ 11,177 ଲୋକ ଆହତ ହୋଇଥିଲେ ଏବଂ 5,333 ଲୋକ ପ୍ରାଣ ହରାଇଥିଲେ I ଏହି ସଡ଼କ-ଦୁର୍ଘଟଣା ମଧ୍ୟରୁ ଯାନବାହାନର ଦ୍ରୁତ ଗତିରେ ପ୍ରାୟ 69% ଲୋକ ପ୍ରାଣ ହରାଇଛନ୍ତି। ଯଦି ଆମେ ଭୁବନେଶ୍ୱର-କଟକ ଯୁଗ୍ମ ସହରର ଉଦାହରଣ ନେବା, ସର୍ବାଧିକ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ପଛରେ ସବୁଠାରୁ ବଡ କାରଣ ହେଲା, ଦ୍ରୁତ ଗତି I 2019 ମସିହାରେ ଭୁବନେଶ୍ୱର-କଟକ ସହରରେ 1,051 ସଡ଼କ ଦୁର୍ଘଟଣାରେ ପ୍ରାୟ 337 ଜଣ ପ୍ରାଣ ହରାଇଛନ୍ତି I ଦ୍ରୁତ ଗତି କାରଣରୁ ଏହି ସହର ଦୁଇଟିରେ 52% ସଡ଼କ ଦୁର୍ଘଟଣା ଘଟିଛି I

ସଡ଼କ ଦୁର୍ଘଟଣା କ୍ଷେତ୍ରରେ କାମ କରୁଥିବା ଦେଶର ଅଗ୍ରଣୀ ସ୍ବେଚ୍ଛାକୃତ ସଂଗଠନ, ଫୋରମ୍ ଫର ପ୍ରିଭେନସନ ଅଫ ରୋଡ୍ ଆସିଡେଣ୍ଟ୍ ତରଫରୁ ଆମ ରାଜ୍ୟରେ ଗୋଟିଏ ଅଭିଯାନ “ଜୀବନ ପାଇଁ ରାସ୍ତା #ଲଭ 30” ଆରମ୍ଭ ହୋଇଛି I ସଂଗଠନର ସମ୍ପାଦିକା ଲିପ୍ସା ମହାପାତ୍ର ଗଣମାଧ୍ୟମ ସହିତ କଥାବାର୍ତ୍ତା କରି କହିଛନ୍ତି ସହରଗୁଡିକରେ ସ୍କୁଲ, କଲେଜ, ଅଫିସ୍, ବଜାର, ଡାକ୍ତରଖାନା, ଆବାସିକ କଲୋନୀ, ପାର୍କ ଅଛି I ଲୋକମାନେ ଅଧିକାଂଶ ସମୟରେ ସହରଗୁଡ଼ିକର ରାସ୍ତା ବ୍ୟବହାର କରୁଛନ୍ତି I ଆମର ଭାଇ ଓ ଭଉଣୀମାନେ ଏହି ରାସ୍ତାରେ ସ୍କୁଲ ଏବଂ କଲେଜ ଯାଉଛନ୍ତି I ସେମାନେ ସର୍ବଦା ବିପଦରେ ଥାଆନ୍ତି I ସେମାନଙ୍କର ସୁରକ୍ଷା ଆମର ଦାୟିତ୍ I ଆମେ ପ୍ରତିଦିନ ସପିଂ ପାଇଁ ବଜାରକୁ ଯାଉଛୁ I ଆମେ ସାଇକେଲ୍, ମୋଟରସାଇକେଲ୍ ବ୍ୟବହାର କରୁଛୁ I ବେଳେବେଳେ ଆମେ ରାସ୍ତାରେ ପଥଚାରୀ ଭାବରେ ପାଦରେ ଚାଲିକି ଯାଉଛୁ I ସେଇଥି ପାଇଁ ସହରକୁ ଆସୁଥିବା ଯାନଗୁଡିକର ଗତି ସୀମା ସ୍ଥିର କରିବାକୁ ପଡିବ I ଏହା ଘଣ୍ଟା ପ୍ରତି 30 କିଲୋମିଟରରୁ ଅଧିକ ହେବା ଆଦୌ ଉଚିତ୍ ନୁହେଁ I 

ସହରାଞ୍ଚଳ ରାସ୍ତା ନିକଟରେ ଅନେକ ଲୋକ ବାସ କରନ୍ତି, କାମ କରନ୍ତି, ଖେଳନ୍ତି ଏବଂ ବୁଲନ୍ତି ସେଠାରେ ଯାନଗୁଡିକର 30 କିଲୋମିଟର ଘଣ୍ଟା ପ୍ରତି ସର୍ବାଧିକ ବେଗ ହେବା କଥା I ଧୀର ବେଗ ମାଧ୍ୟମରେ ଅଧିକାଂଶ ଗୁରୁତର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରେ ଏବଂ ମୃତ୍ୟୁ ଏବଂ ଗୁରୁତର ଆଘାତ ହେବାର ସମ୍ଭାବନା ନାଟକୀୟ ଭାବରେ କମାଇ ଦିଆଯାଇପାରେ I ପଥଚାରୀ ଏବଂ ସାଇକେଲ ଚାଳକଙ୍କ ସୁରକ୍ଷା ପାଇଁ 30 କିଲୋମିଟର ପ୍ରତି ଘଣ୍ଟା ରାସ୍ତା ବିଶେଷ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ଦ୍ରୁତ ଗତିରେ ଚାଲୁଥିବା ଯାନବାହାନ ମଧ୍ୟରେ ଅଧିକ ଅସୁରକ୍ଷିତ, ଏବଂ ବିଶେଷ ଭାବରେ ଶିଶୁ ଏବଂ ଯୁବକମାନଙ୍କ ପାଇଁ ଏହା ଆବଶ୍ୟକ କାରଣ ସେମାନଙ୍କ ମଧ୍ୟରୁ ଅନେକ ସ୍କୁଲ ଏବଂ କଲେଜରେ ପହଞ୍ଚିବା ପାଇଁ ଚାଲିବା କିମ୍ବା ସାଇକେଲ ଚଲାଇବା ଉପରେ ସର୍ବଦା ନିର୍ଭରଶୀଳ I 

ସଂଗଠନର ଉପଦେଷ୍ଟା ଡାକ୍ତର ଅନଙ୍ଗା ମୋହନ ଦ୍ୱିବେଦୀ କହିଛନ୍ତି ଯାନଗୁଡିକର ଧୀର ଗତି ଆମର ଜନସ୍ୱାସ୍ଥ୍ୟ ପାଇଁ ଜରୁରୀ, ଚାଲିବା ଏବଂ ସାଇକେଲ ଚଲାଇବା ପାଇଁ ନିରାପଦ ଏବଂ ଏହା ଆମ ସୁସ୍ଥ ଜୀବନକୁ ଉତ୍ସାହିତ କରେ I ଏହା ଆମ ଜଳବାୟୁ ପାଇଁ ଶୂନ କାର୍ବନ ନିର୍ଗମନକୁ ପ୍ରୋତ୍ସାହିତ କରିବ, କାରର ନିର୍ଭରଶୀଳତାକୁ ହ୍ରାସ କରିବ, ସହରର ଜନସାଧାରଣ ସୁରକ୍ଷିତ ପରିବହନ ବ୍ୟବସ୍ଥI ଏବଂ ସ୍ୱଚ୍ଛ -ପବନ ପାଇବେ I ଘଣ୍ଟା ପ୍ରତି 30 କିଲୋମିଟରେ ଆସୁଥିବା କାର ଦ୍ୱାରା ଧକ୍କା ହୋଇଥିବା ଜଣେ ଲୋକ ବଞ୍ଚିପାରିବ I କିନ୍ତୁ ଘଣ୍ଟା ପ୍ରତି 80 କିଲୋମିଟ ରେ ହିଟ୍ କଲେ, ସେ ବଞ୍ଚିବେ ନାହିଁ I

ସ୍ୱାସ୍ଥ୍ୟ ପାଇଁ ରାସ୍ତା, ଜଳବାୟୁ ପାଇଁ ରାସ୍ତା, ଲୋକଙ୍କ ସୁରକ୍ଷା ପାଇଁ ରାସ୍ତା ସୃଷ୍ଟି କରିବାକୁ ଆମେ ଏକାଠି କାମ କରିବା କରିବା ଜରୁରୀ ବୋଲି ଡାକ୍ତର ଦ୍ୱିବେଦୀ କହିଛନ୍ତି I

ଏହି ବିଷୟ ରେ ସଂଗଠନ ରାଜ୍ୟ ସରକାରଙ୍କ ଆଗରେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅନେକ ଦାବି କରିଛି। 

 ଓଡିଶାର ସମସ୍ତ ସହର ପାଇଁ ଦୁଇ ଚକିଆ ମୋଟର ଯାନ, ହାଲୁକା ମୋଟର ଯାନ, ମଧ୍ୟମ ଏବଂ ଭାରୀ ମୋଟର ଯାନ, ଅଟୋ ରିକ୍ସା ଇତ୍ୟାଦି ସମସ୍ତ ଯାନଗୁଡିକର ଘଣ୍ଟା ପ୍ରତି 30 କିଲୋମିଟର ଗତି ସୀମା ଚୂଡାନ୍ତ କରିବା I

ଓଡିଶାର ସମସ୍ତ ମ୍ୟୁନିସିପାଲିଟି ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ଗତି ସୀମା ମଧ୍ୟରେ ସମାନତା ବଜାୟ ରଖିବା ଉଚିତ I ବର୍ତ୍ତମାନ, ପ୍ରତ୍ୟେକ ଜିଲ୍ଲାର ଭିନ୍ନ ଗତି ସୀମା ରହିଛି ଏବଂ ଜିଲ୍ଲା କଲେକ୍ଟରମାନେ ସାଧାରଣତ ଏହି ଗତି ସୀମାକୁ ସୂଚିତ କରନ୍ତି I

• ମୋଟର ଯାନ ଅଧିନିୟମର ଧାରା 116 ରେ ଦିଆଯାଇଥିବା ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ସ୍ଥଳରେ ଆବଶ୍ୟକ ସଙ୍କେତ (ରୋଡ୍ ସାଇନେଜ୍) ଗୁଡିକ ସ୍ଥାପନ କରିବା I ଏହି ସ୍ପିଡ୍ ସୀମା ରୋଡ୍ ସାଇନେଜ୍ ସ୍ଥାପନ ପାଇଁ ଭାରତର ଜାତୀୟ ରାଜପଥ ପ୍ରାଧିକରଣ, ୱାର୍କସ୍ ଡିପାର୍ଟମେଣ୍ଟ୍, ମ୍ୟୁନିସିପାଲିଟି, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡିକୁ ନିର୍ଦ୍ଦେଶ ଦିଆଯିବା ଉଚିତ I

ଗତି ସୀମା ଉଲ୍ଲଂଘନକାରୀଙ୍କୁ ଚିହ୍ନଟ ଏବଂ ଦଣ୍ଡ ଦେବା ପାଇଁ ସ୍ପିଡ୍ ଡିଟେକସନ ରାଡାର ସହିତ ଇଣ୍ଟରସେପ୍ଟର ଯାନ ସମସ୍ତ ସହରରେ ନିୟୋଜିତ କରିବା ଏବଂ ସେହି ଅପରାଧୀଙ୍କ ଡ୍ରାଇଭିଂ ଲାଇସେନ୍ସ ଆଇନ ଅନୁଯାୟୀ ତିନିମାସ ପାଇଁ ସସପେଣ୍ଡ୍ ରଖାଯାଇପାରେ।( ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like