-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
16-May-2021
ନୂଆଦିଲ୍ଲୀ: ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୧.୮୪ କୋଟିରୁ ଅଧିକ କରୋନା ଟିକାର ଡୋଜ ଉପଲବ୍ଧ ଥିବାବେଳେ ଆସନ୍ତା ତିନି ଦିନ ମଧ୍ୟରେ ପ୍ରାୟ ୫୧ ଲକ୍ଷ ଡୋଜ ରାଜ୍ୟମାନେ ଶୀଘ୍ର ଗ୍ରହଣ କରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି |
କେନ୍ଦ୍ର କହିଛି ଯେ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ୨୦କୋଟିରୁ ଅଧିକ ଡୋଜ (୨୦,୨୮,୦୯,୨୫୦) ମାଗଣାରେ ଯୋଗାଇ ଦିଆଯାଇଛି। ଏଥିମଧ୍ୟରୁ, ଶନିବାର ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ, ଅପଚୟ ସମେତ ହାରାହାରି ୧୮,୪୩,୬୭,୭୭୨ ଡୋଜ ବ୍ୟବହାର କରାଯାଇଛି ତେବେ ଦେଶର ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଦେଖାଯାଇଥିବା ବେଳେ ୫୧ଲକ୍ଷ ଡୋଜ ଦିଆଯିବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି | ୫୧ଲକ୍ଷ ଡୋଜ ଆସିବା ପରେ ଟିକାର ଅଭାବ କେତେକାଂଶରେ କମ ହେବ ବୋଲି ଆଶା କରାଯାଉଛି |
ଉଲ୍ଲେଖଯୋଗ୍ୟ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୧୧,୧୭୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪,୦୭୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୪୬,୮୪,୦୭୭ ଓ ମୃତ୍ୟୁସଂଖ୍ୟା ୨,୭୦,୨୮୪ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୬୨,୪୩୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୦୭,୯୫,୩୩୫ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୬,୧୮,୪୫୮। (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ)