-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
16-May-2021
ସଇଁତଲା(ପ୍ରେରଣା ଖବର ବ୍ୟୁରୋ) :ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରେ ଜମି,ବାଡ଼ି ବିବାଦ କୁ ନେଇ ସଂଘର୍ଷ ଘଟି ଜଣ ଙ୍କ ର ଶୋଚନୀୟ ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଛି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସବ- ଡିଭିଜନ ଅନ୍ତର୍ଗତ ସଇଁନ୍ତଲା ଥାନା ଅଧିନସ୍ଥ କୁମ୍ଭାରୀ ଗ୍ରାମରେ ଗ୍ରାମର ବିଜୟ ରଣା ଓ ଡ଼ିଙ୍ଗର ରଣା ନାମକ ଦୁଇ ପରିବାର ମଧ୍ୟରେ ଜମିବାଡ଼ି କୁ କେନ୍ଦ୍ର କରି ଗତକାଲି ଶନିବାର ବିଳମ୍ବିତ ରାତି ରେ ୯.୩୦ ସମୟରେ ଉଭୟ ପରିବାର ମନ୍ଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଭିତରେ ଡ଼ିଙ୍ଗର ରଣାଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବିଜୟ ରଣାଙ୍କ ପରିବାର ର ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡ଼ାକ୍ତର ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକାଶ କରାଯାଇଛି । ଦୀର୍ଘ ଦିନ ଧରି ଦୁଇ ପରିବାରଙ୍କ ମଧ୍ୟରେ ଜମି,ବାଡ଼ି କୁ ନେଇ ବାଦ, ବିବାଦ ଲାଗି ରହିଥିଲା ଓ ପୂର୍ବରୁ ଥାନା ରେ ମାମଲା ରୁଜ୍ଜୁ ହୋଇଥିଲା । ଏହି ଗଣ୍ଡଗୋଳ ଖବର ପାଇ ସଇଁତଲା ଥାନା ଅଧିକାରୀ ସଂଗ୍ରାମ କିଶୋରୀ ପଟ୍ଟନାୟକ ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରି ଥିବା ସୂଚନା ପ୍ରଦାନ କରାଯାଇଛି ।