-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ଗଞ୍ଜାମ (ଉମା ମହାରଣା) : ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ କରୋନା ସଂକ୍ରମଣ ସଂଙ୍ଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଥିବା ବେଳେ ରାଜ୍ୟ ସରକାର ଙ୍କ ପକ୍ଷରୁ ଲକ ଡାଉନ ଏବଂ ସପ୍ତାହନ୍ତ ସଟ ଡାଉନ ଘୋଷଣା କରାଯାଇଛି । ଏହି
ଲକ ଡାଉନ ସମୟରେ ବାହାଘର ୫୦ ଜଣ ମଧ୍ୟରେ କରିବା ପାଇଁ ଅନୁମତି ମିଳିଥିବା ବେଳେ କେତେକ ଅମାନିଆ କରୋନା କଟକଣା କୁ ଅବମାନନା କରି ଭୋଜି ଭାତ , ସାମାଜିକ ଦୂରତା, ମାସ୍କ ବ୍ୟବହାରକୁ ମାନୁନାହାନ୍ତି । ସେହି ଅମାନିଆ ମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଓ ପ୍ରଶାସନ କଠୋର ହେବା ପାଇଁ ବାଧ୍ୟ ହେଉଛି । ଯାହା ଫଳରେ ପୋଲସରା ଏନଏସି ସ୍ୱପ୍ନେଶ୍ୱର ସାହିର କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ରୁମାଗଡ଼ ଗ୍ରାମର ସନ୍ତୋଷ ଭୁଂୟା ବାହାଘର ଭୋଜି କରି ଗହଳି କରୁଥିବା ବେଳେ ଖବର ପାଇ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର
କୁମାର ମଲ୍ଲିକ, ତହସିଲଦାର ଦିଲ୍ଲୀପ କୁମାର ନାୟକ ,ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀ ମିଳିତ ଭାବେ ପହଞ୍ଚି ଚଢ଼ାଉ କରିଥିଲେ । ସରକାରୀ ନିୟମ କୁ ଉଲଂଘନ କରୁଥିବା ବ୍ୟକ୍ତି ମାନଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣା ପଡିଛି ।