-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ସ୍ଥାନୀୟ ହାତୀଶାଳ ପଡା ଶ୍ରୀରାମ ନଗରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଲିଥିଲା । ପଞ୍ଚଫୁଲ ବେହାରା,(୭୫) ନାମକ ଜଣେ ବ୍ଯକ୍ତିଙ୍କ କରୋନାରେ ପୀଡିତ ହୋଇ ଦେହାନ୍ତ ହୋଇଗଲା। କୋରୋନା ଭୟରେ ପାଖକୁ କେହି ଆସିନ ଥିଲେ। ଶବ ସତ୍କାର ପାଇଁ କେଵଳ ତାଙ୍କ ପୁତ୍ର ଧୃବ ବେହେରା ଏକା ଥିଲେ ଓ ଅସହାୟ ହୋଇ ଦୀର୍ଘ ସମୟ ଧରି ପଡିରହିଥିଲା ଶବ। ଏହି ଖବର ପାଇବା ପରେ ବଲାଙ୍ଗୀର ସ୍ଵେଚ୍ଛାସେବୀ ସଂଗଠନ ନିଃସହାୟର ବନ୍ଧୁ ସାଜି ମଣିଷତ୍ୱ ଦେଖାଇ ସହଯୋଗ ର ହାତ ବଢ଼ାଇ ଥିଲେ। ଏହି ସଂଗଠନ ର ସନ୍ତୋଷ ପଟ୍ଟନାୟକ,, ଗୋବିନ୍ଦ ଶତପଥି, ସନ୍ଦୀପ ବାଗ, ଦେବରାଜ ମହାନନ୍ଦ,, ଅବିନାଶ ପଣ୍ଡା, ପାର୍ଥ କରଣ, ଦେବରାଜ ନାଗ ଓ ବାବୁଲା ବେହେରା ପ୍ରମୂଖ ଶବ ସତ୍କାର ପାଇଁ ସାହାଯ୍ୟ କରି ଥିଲେ। ସ୍ଥାନୀୟ ଆରଟିଓ ଛକ ନିକଟସ୍ଥ ସ୍ଵର୍ଗ ଦ୍ଵାର ସ୍ମଶାନ ଠାରେ ଦିନ ତମାମ ଶବ ସତ୍କାର କରିଥିଲେ । ଏହି ଶବ ସତ୍କାର ସମୟରେ କୋଭିଡ଼ ନିୟମକୁ କଡାକଡି ପାଳନ କରାଯାଇଥିଲା । ମୃତକଙ୍କ ପୁତ୍ର ଧ୍ରୁବ ମୁଖାଗ୍ନି ଦେଇଥିଲେ ।