-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) ଯୌନ ନିର୍ଯାତନା ଅଭିଯୋଗରେ ରୋହତକ୍ ଜେଲ୍ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍ ରାମ ରହିମ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଛି। ତାଙ୍କୁ ଚିକିତ୍ସା ପାଇଁ ରୋହତକ୍ ପିଜିଆଇରେ ଭର୍ତ୍ତି କରାଯାଇଛି। ଯଦିଓ ଅଧିକାରୀ ସ୍ତରରେ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ, ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବନ୍ଦୀ ଗୁରୁମିତ ରାମ ରହିମ ସିଂହ। ପୋଲିସ ସୂତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଆମ୍ବୁଲାନ୍ସରେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏପରିକି ଡାକ୍ତରଖାନା ଏବଂ ରାସ୍ତାରେ ମଧ୍ୟ ବହୁ ସଂଖ୍ୟକ ପୋଲିସ ମୁତୟନ ଥିଲେ। ତେବେ ଗୁରୁମିତଙ୍କର କ’ଣ ହୋଇଛି ତାହା ଜଣାପଡ଼ି ନାହିଁ। ୫୩ ବର୍ଷୀୟ ରାମ ରହିମଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି। ତାଙ୍କର ରକ୍ତଚାପ ଜନିତ ସମସ୍ୟା ଦେଖା ଦେଇଥିବା କୁହାଯାଉଛି!.