-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ଯୁଯୋମୁରା,(ସଂଜୀବପାଣିଗ୍ରାହୀ): ପଥରଗଡା ଓ ଜୟନ୍ତପୁର ଛକ ରେ ଦୁଇଜଣ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ପରେ,ପଞ୍ଚାୟତ କୁ ୮ ଦିନ ପାଇଁ ସଟ ଡାଉନ ଘୋଷଣା କଲେ ସରପଞ୍ଚ I ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଜୟନ୍ତପୁର ପଞ୍ଚାୟତ ଅନ୍ତର୍ଗତ ପଥରଗଡା ଓ ଜୟନ୍ତପୁର ଛକ ରେ ଦୁଇଜଣ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ଏବଂ ବିଭିନ୍ନ ଗ୍ରାମରେ ଜ୍ବର ବହୁତ ମାତ୍ରାରେ ବଢ଼ିବାରେ ଲାଗିଛି I ଏହାକୁ ଦୃଷ୍ଟିରେ ରଖି ସମ୍ପୁର୍ଣ୍ଣ ଜୟନ୍ତପୁର ଗ୍ରାମ ପଞ୍ଚାୟତକୁ ୮ (ଆଠ) ଦିନ ଅର୍ଥାତ ଆଜି ତା. ୧୨.୦୫.୨୦୨୧ ରିଖ ସଂନ୍ଧ୍ୟା ୭.୦୦.ଘଣ୍ଟାରୁ ତା ୨୦.୦୫.୨୦୨୧ ରିଖ ସଂନ୍ଧ୍ୟା ୬.୦୦ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡ଼ାଉନ ଘୋଷଣା କରିଛନ୍ତି ଜୟନ୍ତପୁର ସରପଞ୍ଚ ସୁରେନ୍ଦ୍ର ଭୋଇ । ନିକଟ ଭବିଷତ୍ୟରେ ଜଟିଳ ପରିସ୍ଥିତି ଉପୁଜିଲେ ସଟଡ଼ାଉନ ଅବଧିକୁ ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ଭୋଇ ସୂଚନା ଦେଇଛନ୍ତି l ସଟ୍ ଡ଼ାଉନ ସମୟରେ ଔଷଧ ଦୋକାନ, ଓମଫେଡ଼ ପାର୍ଲର,ଗ୍ୟାସ୍ ଦୋକାନ, କିରାନା ଦୋକାନ ସକାଳ ୬.୩୦ ରୁ ୯.୩୦ ଟା ପର୍ଯ୍ୟନ୍ତ ଖୋଲା ରହିବ l