-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏପରିକି ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ ହଜାର ଉପରେ ରହୁଛି। ତେଣୁ କରୋନା ସ୍ଥିତି ଏବଂ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଥା ହୋଇଛନ୍ତି ।
ଆସନ୍ତା ୧୫ ଦିନ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧର୍ମେନ୍ଦ୍ର କହିଛନ୍ତି। କୋଭିଡ୍ ପରିଚାଳନାରେ ସିଭିଲ ସୋସାଇଟିକୁ ସାମିଲ ପାଇଁ ସେ ପରାମର୍ଶ ଦେଇଛନ୍ତି । ଏତଦ୍ବ୍ୟତୀତ ସବୁ ରାଜନୈତିକ ଦଳର ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସେ କହିଛନ୍ତି । ଗାଁ ଏବଂ ପୌରାଞ୍ଚଳରେ କ୍ରାଇସିସି ମ୍ୟାନେଜମେଣ୍ଟ କମିଟି ଗଠନ ପାଇଁ ଧର୍ମେନ୍ଦ୍ର କହିଛନ୍ତି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)