-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ): ଗତ ବର୍ଷ ରାଜ୍ୟ ସରକାରଙ୍କ ଭୁଲ ଟୋକାନ ନୀତି ଓ ଧାନ କିଣାର ଅବ୍ୟବସ୍ଥା ପାଇଁ ହଜାର ହଜାର ଚାଷୀ ଙ୍କର ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରି ହୋଇ ପାରି ନଥିଲା, ଯେଉଁଥି ପାଇଁ ରାଜ୍ୟର ଚାଷୀକୂଳ ଆର୍ଥିକ କ୍ଷତି ସହି ମାନସିକ ଚାପଗ୍ରସ୍ତ ହୋଇ କାଳାତିପାତ କରିବା ସଙ୍ଗେ ସଙ୍ଗେ ଚଳିତ ରବି ଚାଷ ଆରମ୍ଭ କରିଥିଲେ କିଛି କ୍ଷତିଭରଣ ଆଶା ନେଇ । କିନ୍ତୁ, ଚଳିତ ରବି ଚାଷରେ ବି ଉଭୟ ପ୍ରକୃତିର ତାଣ୍ଡବଲୀଳା ଓ ସରକାରଙ୍କ ଦମନଲୀଳା ପରିଦୃଶ୍ୟମାନ ହେଲାଣି । ଚଳିତ ରବି ଚାଷରେ ଚାଷୀ ପଞ୍ଜିକରଣର ନିୟମର ଜଟିଳତା ଓ ଘୋର ଅବ୍ୟବସ୍ଥାର ବାଟ ଫିଟି ନଥିବା ବେଳେ ବର୍ତ୍ତମାନ ଅଦିନିଆ ବର୍ଷା ପୁଣି ଚାଷୀ କୂଳ କୁ କଲାଣି ଚିନ୍ତିତ ଓ ମର୍ମାହତ ।
ସମ୍ବଲପୁର ଜିଲ୍ଲାରେ ରବି ଚାଷର ଅମଳ ସମୟରେ ଅଦିନିଆ ବର୍ଷା ଚାଷୀର ଚିନ୍ତା ବଢ଼େଇ ଦେଇଛି । କରୋନା କଟକଣା ପାଇଁ ଧାନ କଟା ଲାଗି ବାହାର ଜିଲ୍ଲା ତଥା ପଡୋଶୀ ରାଜ୍ୟ ଛତିଶଗଡ଼ରୁ ଶ୍ରମିକମାନେ ଆସି ପାରି ନାହାଁନ୍ତି ଏବଂ ଧାନ କଟାରେ ବିଳମ୍ବ ହେଉଛି । ଚାଷୀ ମେସିନରେ ଧାନ କାଟିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଏହି ସମୟରେ ଅଦିନିଆଁ ବର୍ଷା ଯୋଗୁଁ ସମସ୍ତ ଧାନ କ୍ଷେତରେ ପଡି ଯାଇଛି ଯାହା ଫଳରେ ଧାନ ଗଜା ହେବାର ସମ୍ଭାବନା ରହିଛି । ଏହା ସହିତ ରବି ଚାଷ ର ଧାନ ବିକ୍ରି ପାଇଁ ସରକାରଙ୍କ ଭୁଲ ଟୋକାନ ନୀତି ଯୋଗୁଁ ମଧ୍ୟ ଚାଷୀର ଚିନ୍ତା ବଢି ଯାଇଛି । କେଉଁ ଚାଷୀ କେତେ କ୍ୱିଣ୍ଟାଲ ଧାନ ବିକ୍ରି କରି ପାରିବେ ତାହା ସ୍ପଷ୍ଟ ରୂପେ ଜାଣି ପାରୁ ନାହାଁନ୍ତି ।
ଏଣୁ ଉପରୋକ୍ତ ବିଷୟ କୁ ରାଜ୍ୟ ସରକାର ଗମ୍ଭୀରତା ସହକାରେ ଚିନ୍ତା କରି ଚାଷୀର ଅମଳ ହୋଇଥିବା ଧାନକୁ ଶୀଘ୍ର କିଣିବାର ସୁବ୍ୟବସ୍ଥା କରନ୍ତୁ । ଅଦିନିଆଁ ବର୍ଷା ଯୋଗୁଁ ଚାଷୀ ର ଅନେକ କ୍ଷତି ହୋଇଛି, ଏହାର ପ୍ରକୃତ ଆକଳନ କରି ରିଲିଫ କୋଡ଼ ଅନୁଯାୟୀ ଚାଷୀ କୁ କ୍ଷତି ପୂରଣ ଦେବାର ବ୍ୟବସ୍ଥା କରାଯାଉ ବୋଲି ରେଙ୍ଗାଲି ବିଧାୟକ ନାଉରି ନାଏକ ଓ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ପଣ୍ଡା ଏହି ପ୍ରେସ ବିଜ୍ଞପ୍ତି ଜରୀଆରେ ଦାବୀ କରିଛନ୍ତି ବୋଲି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।