-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ନୂଆଦିଲ୍ଲୀ : ଦେଶରେ କୋଭିଡ୍-୧୯ ବିରୋଧରେ ଚାଲିଥିବା ଲଢ଼େଇକୁ କଂଗ୍ରେସ ଦୃବଳ କରୁଛି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭାଜପା ମୁଖ୍ୟ ଜେ. ପି. ନଡ୍ଡା ଲେଖିଥିବା ଚିଠିରେ ଏହା ଦର୍ଶାଇଛନ୍ତି। ଉକ୍ତ ଚିଠିରେ ନଡ୍ଡା ଉଲ୍ଲେଖ କରିଛନ୍ତି, ଛୋଟ ଚିନ୍ତାଧାରା ଓ ନକଲତା ପାଇଁ କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀ ମନେ ରହିବେ।
କୋଭିଡ୍ ମ୍ୟାନେଜମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି। ମହାମାରୀ ସମୟରେ କଂଗ୍ରେସ ଓ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାଜନୀତି କରିଥିଲେ, ଯଦ୍ଦ୍ବାରା ଦୃବଳ ହୋଇଛି କୋଭିଡ୍ ବିରୋଧରେ ଚାଲିଥିବା ଲଢ଼େଇ।
ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ମହାମାରୀ ସମୟରେ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆନ୍ତରିକ ପରାମର୍ଶ କରାଯାଇଥିଲା। ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡ଼ା ପ୍ରଶଂସା କରିଛନ୍ତି। ଗରିବ ଶ୍ରେଣୀଙ୍କୁ ପ୍ରାଥମିକତା ଦିଆଯିବା ସହ ସେମାନଙ୍କୁ ଖାଦ୍ୟ ଓ ଡିବିଟି ବଣ୍ଟା ଯାଉଛି।
ଭାରତରେ ପ୍ରସ୍ତୁତ ଟିକା ଉପରେ ପ୍ରଶ୍ନ ଉଠାଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା କଂଗ୍ରେସ। ଲକ୍ଡାଉନକୁ ବିରୋଧ କରିଥିଲେ ରାହୁଲ। କିନ୍ତୁ ପରେ ଲକଡାଉନ ପାଇଁ ଦାବି କରିଥିଲେ। ବିକ୍ଷୋଭ ଆୟୋଜନ କରିବା ସହ ସୁପରସ୍ପେଡର ଇଭେଣ୍ଟରେ ଯୋଗ ଦେବା ପରେ କୋଭିଡ୍ ଗାଇଡ୍ଲାଇନ ସମ୍ପର୍କରେ ପ୍ରଶ୍ନ କରୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି ନଡ୍ଡା। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)