-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ଆସିକା( ଦୀପକ ଗୌଡ଼) :ଆସିକା ବ୍ଳକ ଦେବଭୂମି ପଞ୍ଚାୟତର ମାମୁଁଢିଅ ଗ୍ରାମର ପରେଶ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଟିରୁ ଏକଲକ୍ଷ ଟଙ୍କାର ସରକାରୀ ସହାୟତା ମିଳିଛି। ଆସିକା ତହସିଲଦାରଙ୍କ ଜରିଆରେ ପରେଶଙ୍କୁ ଏକଲକ୍ଷ ସହାୟତା ରାଶିର ଚେକ୍ ପ୍ରଦାନ କରାଯାଇଛି। ସ୍ଥାନୀୟ ଜିଲ୍ଲାପରିଷଦ,ସରପଞ୍ଚ ଓ ସମିତି ସଭ୍ୟଙ୍କ ମିଳିତ ଉଦ୍ୟମରେ ପରେଶଙ୍କୁ ମେଡିକାଲ ଖର୍ଚ୍ଚ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଟିରୁ ଉକ୍ତ ସହାୟତା ରାଶି ପ୍ରଦାନ କରାଯାଇଛି। ବହୁଦିନ ଧରି ପରେଶ ପକ୍ଷାଘାତ ରୋଗରେ ପିଡିତ ଥିବା ବେଳେ ପାଞ୍ଚରୁ ସାତ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ପରେଶ ବର୍ତ୍ତମାନ ଏକପ୍ରକାର ମୁକ ସାଜିଯାଇଛନ୍ତି। ଏହି ସମୟରେ ଡାକ୍ତରୀ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ପାଇଁ ସ୍ଥାନୀୟ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ପରେଶ ଙ୍କ ପରିବାର।