-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||     

HOME   ଶି‍କ୍ଷା ଓ ନିଯୁକ୍ତି

ବିପିୟୁଟି ୨ୟ ସେମିଷ୍ଟାର୍ ଫଳାଫଳରେ ବିକାଶ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରଛାତ୍ରୀମାନଙ୍କର ଅଭୂତପୂର୍ବ ସଫଳତା ରିଶିତା ପଧାନ ଏବଂ ଟ୍ୱିଙ୍କିଲ୍ କୁଷ୍ଟା ୯.୩୫ ଏସ୍‌ଜିପିଏ ମାର୍କ ସହ କଲେଜ ଟପ୍ପର୍‌

20-Oct-2020



ବରଗଡ଼, ତା୨୦/୧୦/: ଚଳିତ ୨୦୧୯-୨୦ ଶିକ୍ଷାବର୍ଷ ରେ ପ୍ରଥମ ଥର ପାଇଁ ବିପିୟୁଟି ଦ୍ୱାରା ଅନୁଷ୍ଠିତ ନଲେଜ୍ ବେସ୍‌ଡ୍ ଓପନ୍ ବୁକ୍ ଅନ୍‌ଲାଇନ୍ ଇଞ୍ଜିନିୟରିଂ ପରୀକ୍ଷା ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ଓ ରିମୋଟ୍ ପ୍ରୋକ୍ଟରିଂ ବେସ୍‌ଡ୍ ମନିଟରିଂ ବ୍ୟବସ୍ଥା ବ୍ୟବହୃତ ହୋଇଥିବାବେଳେ ଏହି ପରୀକ୍ଷାରେ ବିକାଶ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରଛାତ୍ରୀ ଉତ୍କୃଷ୍ଟ ସଫଳତା ହାସଲ କରିଛନ୍ତି । ଏହି ପରୀକ୍ଷାରେ କମ୍ପ୍ୟୁଟର ସାଇନ୍ସ୍ ଓ ଇଞ୍ଜିନିୟରିଂ ବିଭାଗର ରିଶିତା ପଧାନ ୯.୩୫ ଏସ୍‌ଜିପିଏ ଓ ଇଲେକ୍ଟ୍ରିକାଲ୍ ଏଣ୍ଡ୍ ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିୟରିଂ ବିଭାଗର ଟ୍ୱିଙ୍କିଲ୍ କୁଷ୍ଟା ୯.୩୫ ଏସ୍‌ଜିପିଏ ମାର୍କ୍ ସହ କଲେଜ ଟପ୍ପର୍ ହୋଇଥିବାବେଳେ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ବିନିତା ପଟେଲ୍ ୯.୨୨ ଏସ୍‌ଜିପିଏ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର କରନ୍ ଭରାସାଗର ୮.୯୬ ଏସ୍‌ଜିପିଏ ମାର୍କ ରଖି ସମ୍ପୃକ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବୋଲି ବିକାଶ ଗ୍ରୁପ୍‌ର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀଯୁକ୍ତ ଡି.ନାଗେଶ୍ୱର ରାଓ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କମ୍ପ୍ୟୁଟର ସାଇନ୍ସ୍ ଓ ଇଞ୍ଜିନିୟରିଂ ବିଭାଗର ଓମ୍‌କାର୍ ନାୟକ ୯.୨୨ ଏସ୍‌ଜିପିଏ, ଆୟୁଷ କୁମାର ଟୁଙ୍ଗୋ ୯.୨୨ ଏସ୍‌ଜିପିଏ, ମାନସୀ ପଣ୍ଡା ୯.୦୯ ଏସ୍‌ଜିପିଏ, ଯଶୋବନ୍ତ ବରିହା ୮.୮୭ ଏସ୍‌ଜିପିଏ, ଗନ୍ନି ସାଇ ଭେଙ୍କଟ ୮.୭ ଏସ୍‌ଜିପିଏ, ପ୍ରିୟଙ୍କା ଡନ୍‌ସେନା ୮.୫୭ ଏସ୍‌ଜିପିଏ, ରୋଶନ କୁମାର ଜେନା ୮.୫୭ ଏସ୍‌ଜିପିଏ, ପଲ୍ଲବୀ ସିଂହ ୮.୪୩ ଏସ୍‌ଜିପିଏ, ସୌମ୍ୟଶ୍ରୀ ବାଗ ୮.୨୬ ଏସ୍‌ଜିପିଏ, ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଶ୍ରେୟାଶ ପଣ୍ଡା ୮.୭୮ ଏସ୍‌ଜିପିଏ, ସତ୍ୟମ ଭୋଇ ୮.୩ ଏସ୍‌ଜିପିଏ, ଇଲେକ୍ଟ୍ରିକାଲ୍ ଏଣ୍ଡ୍ ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିୟରିଂ ବିଭାଗର ଆଲୋକ କୁମାର ମେହେର ୮.୪୩ ଏସ୍‌ଜିପିଏ, ଶିଶିର କୁମାର ଭୋଇ ୮.୪୩ ଏସ୍‌ଜିପିଏ, ବିକାଶ ଖର୍ସେଲ୍ ୮.୨୬ ଏସ୍‌ଜିପିଏ ମାର୍କ ରଖି ସଫଳ ହୋଇଛନ୍ତି । ମୋଟ୍ ୬ଜଣ ୯ ଏସ୍‌ଜିପିଏରୁ ଉର୍ଦ୍ଧ୍ୱ, ୧୨ଜଣ ୮ଏସ୍‌ଜିପିଏ ରୁ ୯ଏସ୍‌ଜିପିଏ ମଧ୍ୟରେ ମାର୍କ ରଖି ସଫଳ ହୋଇଛନ୍ତି । କମ୍ପ୍ୟୁଟର ସାଇନ୍ସ୍ ଓ ଇଞ୍ଜିନିୟରିଂ ବିଭାଗର ୪ଜଣ, ସିଭିଲ୍ ଇଞ୍ଜିନିୟରିଂ ବିଭାଗର ୧ଜଣ, ଇଲେକ୍ଟ୍ରିକାଲ୍ ଏଣ୍ଡ୍ ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିୟରିଂ ବିଭାଗର ୧ଜଣ ଛାତ୍ରଛାତ୍ରୀ ୯ଏସ୍‌ଜିପିଏ ରୁ ଉର୍ଦ୍ଧ୍ୱ ମାର୍କ ରଖି ସଫଳ ହୋଇଛନ୍ତି । ଏହି ଅନନ୍ୟ ସଫଳତାରେ ଅନୁଷ୍ଠାନର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମ, ଅଧ୍ୟବସାୟ ଏବଂ ବିକାଶ ର ନିଜସ୍ୱ ପ୍ରସ୍ତୁତ ଭି-ଲର୍ଣ୍ଣିଂ ପୋର୍ଟାଲ୍ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ନିୟମିତ ନଲେଜ୍ ବେସ୍‌ଡ୍ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନପତ୍ର ଅଭ୍ୟାସ ଏପରି ଅଭୂତପୂର୍ବ ଫଳାଫଳ ପାଇଁ ବିଶେଷ ସହାୟକ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠାନର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ, ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଭି.ଶ୍ରୀନିବାସ, ଡାଇରେକ୍ଟର ଏକାଡେମିକ୍ସ୍ ଶ୍ରୀ ଜି.ରାମକ୍ରୀଷ୍ଣା, ଡାଇରେକ୍ଟର ଏଡ୍‌ମିନିଷ୍ଟ୍ରେସନ୍ ଶ୍ରୀ ଡି.ବିବେକ ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳିତ ଆଚରଣ ଓ ଦୃଢ଼ସଂକଳ୍ପ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି । ବିକାଶ ଗ୍ରୁପ୍‌ର ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଆଗାମୀ ଦିନରେ ବିକାଶ ଅନୁଷ୍ଠାନ, ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ହେବା ସହ ଦକ୍ଷତା ଭିତ୍‌ତିକ ଶିକ୍ଷାରେ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି ଆଶାପୋଷଣ କରିଛନ୍ତି । ବିକାଶ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି ଅଧ୍ୟକ୍ଷ ଇଂ.ଅଜୟ ମହାପାତ୍ର ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଏଡ୍‌ମିନିଷ୍ଟ୍ରେଟର୍ ଇଂ.ପୂର୍ଣ୍ଣେନ୍ଦୁ ମିଶ୍ର, ସମସ୍ତ ବିଭାଗର ମୁଖ୍ୟ, ଏକାଡେମିକ୍ କୋଅର୍ଡିନେଟର୍ ତଥା ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ତଥା ତାଙ୍କର ଅଭିଭାବକମାନଙ୍କୁ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026

You Might Also Like

           
  ଶି‍କ୍ଷା ଓ ନିଯୁକ୍ତି  

୯୩% ମାର୍କ ରଖ୍ ସଫଳତା ପାଇଲେ ସନ୍ଦୀପ

           
  ଶି‍କ୍ଷା ଓ ନିଯୁକ୍ତି  

ଆଜିଠାରୁ ହେବ ସକାଳୁଆ ସ୍କୁଲ