-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
08-May-2021
ଭୁବନେଶ୍ବର(ପ୍ରେରଣା ଖବର ବ୍ୟୁରୋ) ::କରୋନାର କଳା ଛାୟା ଦେଶଠାରୁ ବିଶ୍ବ ସବୁଠି ବିସ୍ତାର ଲାଭ କରିଛି। ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କୌଣସି ବ୍ରେକ ଲାଗୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୮୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ସକ୍ରିୟ ମାମଲା ୯୦୩୩୫ କୁ ବୃଦ୍ଧି ପାଇଛି।
ନୂତନ ପଜିଟିଭ ମଧ୍ୟରେ ୬୬୧୩ ଜଣ କ୍ୟାରେଣ୍ଟିନ ସେଣ୍ଟରରୁ ଏବଂ ୫୧୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୯୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୧୦ ଏବଂ କଟକରୁ ୧୦୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୁଳ ଜିଲ୍ଲାରୁ ୫୬୦,ବାଲେଶ୍ୱର ଜିଲ୍ଲାରୁ ୨୬୦, ବରଗଡ ଜିଲ୍ଲାରୁ ୪୨୮, ଭଦ୍ରକ ଜିଲ୍ଲାରୁ ୮୩, ବଲାଙ୍ଗୀର ଜିଲ୍ଲାରୁ ୪୩୭, ବୌଦ୍ଧ ଜିଲ୍ଲାରୁ ୧୭୮,କଟକ ଜିଲ୍ଲାରୁ ୧୦୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ଦେବଗଡ଼ ଜିଲ୍ଲାରୁ ୧୧୫, ଢେଙ୍କାନାଳ ଜିଲ୍ଲାରୁ ୧୭୭, ଗଜପତି ଜିଲ୍ଲାରୁ ୧୦୫, ଗଞ୍ଜାମ ଜିଲ୍ଲାରୁ ୩୪୧, ଜଗତସିଂହପୁର ଜିଲ୍ଲାରୁ ୧୩୪, ଯାଜପୁର ଜିଲ୍ଲାରୁ ୩୦୨, ଝାରସୁଗୁଡ଼ା ଜିଲ୍ଲାରୁ ୪୨୧, କଳାହାଣ୍ଡି ଜିଲ୍ଲାରୁ ୪୦୨, କନ୍ଧମାଳ ଜିଲ୍ଲାରୁ ୯୨, କେନ୍ଦ୍ରାପଡା ଜିଲ୍ଲାରୁ ୧୪୫,କେନ୍ଦୁଝର ଜିଲ୍ଲାରୁ ୨୩୧, ଖୋର୍ଦ୍ଧା ଜିଲ୍ଲାରୁ ୧୫୧୦, କୋରାପୁଟ ଜିଲ୍ଲାରୁ ୧୨୨ ସଂକ୍ରମିତ ରହିଛନ୍ତି।
ସେହିଭଳି ମାଲକାନଗିରି ଜିଲ୍ଲାରୁ ୭୦, ମୟୂରଭଞ୍ଜ ଜିଲ୍ଲାରୁ ୧୭୫, ନବରଙ୍ଗପୁର ଜିଲ୍ଲାରୁ ୪୧୯, ନୟାଗଡ଼ ଜିଲ୍ଲାରୁ ୨୦୪, ନୂଆପଡା ଜିଲ୍ଲାରୁ ୨୮୬, ପୁରୀ ଜିଲ୍ଲାରୁ ୪୫୪, ରାୟଗଡା ଜିଲ୍ଲାରୁ ୧୩୮, ସମ୍ବଲପୁର ଜିଲ୍ଲାରୁ ୫୩୩, ସୋନପୁର ଜିଲ୍ଲାରୁ ୨୧୦, ସୁନ୍ଦରଗଡ ଜିଲ୍ଲାରୁ ୧୯୨୨ ଓ ରାଜ୍ୟ ପୁଲ୍ରୁ ୩୦୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ପଜିଟିଭ୍ ସଂଖ୍ୟା ୫୨୪୨୦୭କୁ ବୃଦ୍ଧି ପାଇଛି । ଏଯାବତ ୪୩୧୬୫୮ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି ଓ ସକ୍ରିୟ ମାମଲା ୯୦୩୩୫ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୪୬୯୦୮୧ ନମୁନା ଟେଷ୍ଟ ହୋଇଛି ।