-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
08-May-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) ବଲାଙ୍ଗୀରର ଜଣାଶୁଣା ବାଗ୍ମୀ, ଗୁଣି ଅଧ୍ୟାପକ ଡଃ. ଅଜାମ୍ବର ମଲ୍ଲଙ୍କ ଗତକାଲି ଭୋର୍ 5 ପାଖାପାଖି କୋରନା ରେ ଆକ୍ରାନ୍ତ ହେଇ ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର କିମ୍ସ ହସ୍ପିଟାଲ ଠାରେ ପରଲୋକ ଘଟିଛି l ଶ୍ରୀ ମଲ୍ଲ ୧୯୪୭ ମସିହା ମାର୍ଚ ଏକ ତାରିଖ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ସାହୁ ପଡାରେ ଜନ୍ମଗ୍ରହଣ କରିଥିଲେ ।
ଜଣେ ଛାତ୍ର ବତ୍ସଳ ଅଧ୍ୟାପକ, ବାଗ୍ମୀ, ଲେଖକଙ୍କ ଆତ୍ମାର ସଦ୍ଗତିଃ କାମନା କରି ଓଡ଼ିଆ ପ୍ରୋଫେସର ଗ୍ରୁପ୍ ତରଫରୁ, ନଭ ସଂଚାର ମାଧ୍ୟମରେ ଆଜି ଏକ ଶୋକ ସଭା ଅୟୋଜିତ ହେଇଥିଲା । ପ୍ରଥମେ ଏକ ମିନିଟ୍ ନୀରବ ପ୍ରାର୍ଥନା କରି, ଦିବଙ୍ଗତ ଆତ୍ମା ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ଡ. ସନ୍ତୋଷ କୁମାର ରଥ, ଡ. ଦୋଳଗୋବିନ୍ଦ ବିଶି, ଡ. ସୁଜିତ୍ କୁମାର ପୃଷେଠ୍, ଡ. ଗୋପୀନାଥ ବାଗ, ଡ଼ ପୁରୁଷୋତ୍ତମ ମିଶ୍ର, ଡ. ଶିବପ୍ରିୟା ମିଶ୍ର, ଅଶ୍ବିନୀ କୁମାର ମହାନ୍ତି, ଡ. ଲକ୍ଷ୍ମଣ ମେହେର, କୌତୁକ ପନ୍ଦର, ଦିଲୀପ ପଶାୟତ, ଅଶୋକ ପଣ୍ଡା, ଡ. ସୁଶାନ୍ତ ମହାନନ୍ଦ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ, ପ୍ରତ୍ୟକ୍ଷ ଓ ପରୋକ୍ଷ ଅନୁଭୂତି ସବୁ ରଖିଥିଲେ । ତାଙ୍କର୍ ଲିଖିତ ଓ ବକ୍ତବ୍ୟ ସବୁ ଆମ ଜୀବନର ଧେୟ ହେଉ ବୋଲି ମତାମତ ଦେବା ସହ ଏକ ସ୍ମରଣିକା
ପ୍ରସ୍ତୁତ ପାଇଁ ଆଗ୍ରହ ରହୁ ବୋଲି ଆଶା ବ୍ୟକ୍ତ କରିଥିଲେ । ଏ ସଭାରେ ବିଭିନ୍ନ ଜିଲାରୁ ଅନେକ ମଲ୍ଲ ପ୍ରେମୀ ଭାଗ ନେଇ ଆମର ଆତ୍ମାର ସଦ୍ଗତିଃ କାମନା କରିଥିଲେ । ଅଧ୍ୟାପକ ଡ. ସଞ୍ଜୟ କୁମାର ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏ ଶୋକ ସଭା କୁ ଶେଷରେ ସଦସ୍ଯ କୌତୁକ ପନ୍ଦର ଧନ୍ଯବାଦ୍ ଦେଇଥିଲେ ।
ଡ଼ ଅଜାମ୍ବର ମଲ୍ଲ ଜଣେ ପ୍ରଚଣ୍ଡ ପ୍ରତିଭାଧାରୀ ଓ ଏ ମାଟିର ନମସ୍ୟ ପୁରୁଷ ବୋଲି ବକ୍ତା ମାନେ ମତ ଦେଇଥିଲେ